ଏମ୍‌ଏଲ୍‌ଏ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ସ୍ଥିତ ମୁକୁନ୍ଦି ଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶନିବାର ଦିନ ବିଦ୍ୟାଳୟ ସଭା ଗୃହରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁ ଅଧ୍ୟକ୍ଷତା କରିଥିଲେ । ଏହି ସଭା ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟାପକ ରାଜେନ୍ଦ୍ର ପୂଜାରୀ ଅଭିଭାବିକା/ଅଭିଭାବକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସଭାରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବଳରାଜ ସିଂଦେଓ ଏକାଡେମିକ ସେସନ୍ସରେ ଅଧ୍ୟୟନରତ ଛାତ୍ରୀମାନଙ୍କ ବିଭିନ୍ନ ଶିକ୍ଷା ପ୍ରଣାଳୀ ଏବଂ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋକପାତ କରିଥିଲେ । ସେହିପରି ଅଧ୍ୟାପକ ଭାସ୍କର ମେହେର ଛାତ୍ରୀମାନଙ୍କ ବିଭିନ୍ନ ଲୁକାୟିତ ଗୁଣାବଳି ଏବଂ ସେମାନଙ୍କ ପାରିଦର୍ଶିତାର ବିକାଶ ଉପରେ ଅଧ୍ୟାପିକା ଅଧ୍ୟାପକମାନଙ୍କ ଭୂମିକା କହିଥିଲେ । ପୁଣି ଅଧ୍ୟାପିକା ଡା. ସସ୍ମିତା ପଟ୍ଟନାୟକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିବା ଶୃଙ୍ଖଳା ଉପରେ ଆଲୋକପାତ କରି ସେମାନଙ୍କୁ ଶୃଙ୍ଖଳିତ ରୂପେ ଗଢିତୋଲିବା ବିଦ୍ୟାଳୟର ଭୂମିକା ବୋଲି କହିଥିଲେ । ଅଧ୍ୟାପକ ଦେବଦତ ସୁନାନି ଅଧ୍ୟୟନରତା ଏସ୍‌ସି/ଏସ୍‌ଟି ଓ ଓବିସିଙ୍କ ଛାତ୍ରୀବୃତି ସହ ଶ୍ରୀରାମ ଫାଇନାନ୍ସ ଛାତ୍ରୀବୃତିରେ ଉପକୃତ ହେବା ବିଷୟରେ ସୂଚନା ଦେଇଥିଲେ । ଶିକ୍ଷକ ଅଭିଭାବକ ବୈଠକରେ ମୁଖ୍ୟତଃ ଛାତ୍ରୀମାନଙ୍କ ଶିକ୍ଷାଦାନ, ଚରିତ୍ର ଗଠନ, ଉପସ୍ଥାନ, ଆଂଟି ରେଗିଂଗ ଫ୍ରି, ଛାତ୍ରୀବୃତି ସଚେତନତା ଉପରେ ଅଧ୍ୟାପିକା ମିଳି କର ନିଜର ଦାୟିତ୍ୱ ଉପରେ କହିଥିଲେ । ଏପରିକି ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଏବଂ ଛାତ୍ରୀମାନଙ୍କ ଉତ୍ତତ୍ତମ ଶିକ୍ଷାଦନ ପାଇଁ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ସହ ସମସ୍ତ କର୍ମଚାରୀ ସଚେତନ ଥିବା ବିଷୟରେ ଅଧ୍ୟାପିକା ସଂଜୀବନି ସୁଧା ରଥ ନିଜର ମତ ରଖିଥିଲେ । ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ଠିକ୍‌ ରୂପେ ପ୍ରଦାନ କରିବା ନେଇ ଲାଇବ୍ରେରିୟାନ ମନୋଜ ସାହୁ ଏବଂ ପିଇଟି ଅଧ୍ୟାପିକା ଶ୍ରୀମତୀ ମହାନ୍ତି ମଧ୍ୟ ନିଜ ଦାୟିତ୍ୱ ଉପରେ କହିଥିଲେ । ବୈଠକରେ ଅଭିଭାବିକା/ଅଭିଭାବକମାନେ ଛାତ୍ରୀମାନଙ୍କ ପାଇଁ ଏକ ହେଷ୍ଟେଲର ଆବଶ୍ୟକତା ଉପରେ ଅନୁରୋଧ କରିଥିଲେ । ପରିଶେଷରେ ଭାସ୍କର ମେହେର ଉପସ୍ଥିତ ଅଭିଭାବିକା/ଅଭିଭାବକମାନଙ୍କୁ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ ।

Leave A Reply

Your email address will not be published.