ସାଧୁସନ୍ଥଙ୍କ ଆଗମନରେ ଡେଲାଙ୍ଗ ଉତ୍ସବମୁଖର

  • ବିଦ୍ୟାଳୟ ନୂତନ ଗୃହ ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଡଆଙ୍କୁଲା ଗ୍ରାମର ମହାରାଜ ମହେଶ୍ୱର ଉଚ୍ଚ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର ନୂତନ ଗୃହ ଉଦ୍‌ଘାଟନ ଦିବସ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରମପୂଜ୍ୟ ହଜାରେ ଆଠ ଶ୍ରୀ ମାଧବାଚାର୍ୟ୍ୟ ଜୀ ମହାରାଜଙ୍କ ସହିତ ଦୁଇ ସହ ସାଧୁସନ୍ଥ ଡେଲାଙ୍ଗ ହାଟ ବଜାରଠାରୁ ନଦିଆ ସଂକୀର୍ତ୍ତନ, ଘୋଡା ନାଚ, ବାଘ ନାଚ, ଡ୍ରମ ବାଦ୍ୟ, ହରିବୋଲ, ହୁଳହୁଳି, ଘୋଡା ଗାଡି ସହ ବାଜା ବାଣ ଫୁଟାଇ ୧୦ ଗୋଟି ଟ୍ରାକ୍ଟରରେ ଫୁଲ ସୁସଜ୍ଜିତ ଚୌକିରେ ସାଧୁସନ୍ଥ ମାନେ ଉପବିଷ୍ଟନ କରି ସକାଳ ୧୦ଟା ସମୟରେ ବିରାଟ ପଟୁଆର ଶୋଭାଯାତ୍ରାରେ ବାହାରି ଥିଲେ ବଡ଼ଆଙ୍କୁଲା ବିଦ୍ୟାଳୟ ଅଭିମୁଖେ । ଦିନ ୧୧.୩୦ ସମୟରେ ବିଧ୍ୟଳୟରେ ପହଞ୍ଚି ନୂତନ ଗୃହ ଉଦ୍‌ଘାଟନ ସହ ୫୦ ଛାତ୍ରଛାତ୍ରୀ ରହିବା, ଖାଇବା ଭଳି ଆବାସିକ ବ୍ୟବସ୍ଥା ପାଇଁ ସହାୟତା, ୪୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି, ଖାତା, ପେନ ବଣ୍ଟନ, ୧୦୦୦ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ସଙ୍ଗୀତ ନୃତ୍ୟ ପରିବେଷଣ ସାଙ୍ଗକୁ ମା’ ସରସ୍ଵତୀଙ୍କ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏହି ଅବସରରେ ମହନ୍ତ ମହାରାଜାଙ୍କ ଶୁଭ ଆଗମନରେ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ରୁଦ୍ଧିମନ୍ତ ତଥା ଭବ୍ୟ ବିରଳ ଭାବାତ୍ମକ ପରିବେଶ ସମସ୍ତଙ୍କୁ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ଏହି ଉଦ୍‌ଘାଟନ ଉତ୍ସବରେ ମାଧବାଚାର୍ଯ୍ୟ ଜୀ ମହାରାଜ ସହ ଡେଲାଙ୍ଗ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବିଭିନ୍ନ ମଠ ମହନ୍ତ ମହାରାଜଙ୍କ ସମେତ ବ୍ଲକ ଅଧ୍ୟକ୍ଷ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ବିଇଓ ରବୀନ୍ଦ୍ର ନାଥ ନନ୍ଦ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ବିକାଶ ଦିଗରେ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବ ସଭାରେ କାଣାସ ବଡ଼ ମଠ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ଜୀ ମହାରାଜ ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଅଧ୍ୟକ୍ଷତା କରିଥିଲେ । ମହାରାଜା ମହେଶ୍ୱର ଉଚ୍ଚ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ କମିଟି ସଦସ୍ୟ/ସଦସ୍ୟା, ଅଞ୍ଚଳବାସୀ ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.