ନବୀନ ପଟ୍ଟନାୟକ ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ୍‌ ଦ ନେସନ୍’ ପୋଲରେ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ‌ରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିଜ ରାଜ୍ୟରେ ସେ ଲୋକପ୍ରିୟ ମାନ୍ୟତା ବଜାୟ ରଖିଛନ୍ତି । ୭୩.୨% ରେଟିଂ ସହ ନବୀନ ଶୀର୍ଷସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(୬୯.୨%), ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.