ବଲାଙ୍ଗିର ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ସହିତ ସରସ୍ୱତୀ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଡ.ଦୁର୍ଗା ପ୍ରଶନ୍ନ ମହାପାତ୍ର ଆବସରପ୍ରାପ୍ତ ରେଜିଷ୍ଟାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଜେସିଆଇ ସଭାନେତ୍ରୀ ଓ ସଭ୍ୟସଭ୍ୟା, କଲେଜର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ମନୋରଞ୍ଜନ ସାହୁ, ପିତବାସ ପଣ୍ଡା, ପ୍ରିନ୍ସିପାଲ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଡ.ଦୁର୍ଗା ପ୍ରଶନ୍ନ ମହାପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା । ସକାଳ ୮: ୩୦ ମି ସମୟରେ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ପ୍ୟାରେଡରେ ଜେଏସ୍‌ଏମ୍‌ ମହାବିଦ୍ୟାଳୟ ଯୋଗଦେଇ ପ୍ୟାରେଡ ପ୍ରତିଯୋଗିତାରେ ଉଚ୍ଚକୋଟିର ପ୍ୟାରେଡ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.