csstore

ଏକତା କ୍ଲଷ୍ଟର ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା କ୍ଲଷ୍ଟର ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେକ୍ଟର ୨୦ ନେହେରୁପଲ୍ଲୀ ସ୍ଥିତ ଏକତା କ୍ଲଷ୍ଟରର ସଭାପତି ଲିଳିମା ଜୟସିଂହଙ୍କ ସଭାପତିତ୍ୱ ଓ ସଂପାଦକ ରୀଡା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁକନା ବେଗମ, ଜାନକୀ ଦେବୀ, ସୁକାନ୍ତୀ, ପୁଷ୍ପା, ରୀନା, ରଶ୍ମି, ଲକ୍ଷ୍ମୀ, ଶର୍ମିଲା, ଅର୍ଚ୍ଚନା, ସୁଶିଲା, ସନ୍ତୋଷୀ, ଲଳିତା, ଆଶା, ଅଳ୍ପନା, ଗାୟତ୍ରୀ, ଆରତୀ, ପୁନମ, ବିପିନ, ସୌଖିନା, ସାବିତ୍ରୀ, ଜ୍ଞାତି, ସୁମିତ୍ରା, ରୀତା, ପାର୍ବତୀ, ଇନ୍ଦୁ, ନୀରା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.