csstore

ହକର ଆସୋସିଏସନ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହକର ଆସୋସିଏସନ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେକ୍ଟର ୨ସ୍ଥିତ ହକର୍ସ ଆସୋସିଏସନ୍ ଠାରେ ବରିଷ୍ଠ ଶ୍ରମିକ ନେତା ତଥା ସିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସମୀର ପରିଡା, ମଳୟ ସାହୁ, ସାଗର ମହାପାତ୍ର, ବିମାନ ମାଇତି, ବସନ୍ତ ନାୟକ, ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ ସର୍ବଶ୍ରୀ ଅଶୋକ ବିଶ୍ବାଳ, ସୁକେନ୍ଦୁ ପାତ୍ର, ମନୋଜ ପଟ୍ଟନାୟକ, ଶରତ ପଣ୍ଡା, ସମୀର ରାଜହଂସ, ବିଚିତ୍ର ବାରିକ, ହରେକୃଷ୍ଣ ମାଣିକ, ହରିରାମ ମହାନ୍ତି, ରାଜକିଶୋର ନାୟକ, ଗୋଲକ ସାହୁ, ମହେଶ୍ଵର ସ୍ବାଇଁ, ଶୀରମଣି ସୁନା, ଅକ୍ଷୟ ଧଳ, କାଶୀନାଥ ସାହାଣୀ, କିଶୋରୀ ଜେନା, ଶଶଧର ପଣ୍ଡା, ଗୋପାଳ ସିଂହ, ଆନନ୍ଦ ବାରିକ, ନବୀନ ମାଝୀ, ଜୟଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.