ରାଉରକେଲାରେ ପାଳିତ ହେଲା ୭୪ତମ ସାଧାରଣତନ୍ତ୍ର ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ମହାଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଯୋଗଦେଇଥିବା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତର ସମସ୍ତ ନାଗରିକ ଭାରତକୁ ଏକ ସଂପୂର୍ଣ୍ଣ ପ୍ରଭୁତାସଂପନ୍ନ, ସମାଜବାଦୀ, ଧର୍ମ ନିରପେକ୍ଷ, ଲୋକତାନ୍ତ୍ରିକ ଗଣରାଜ୍ୟ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର ଅଭିବୃଦ୍ଧି, ବିଶ୍ବାସ, ଧର୍ମ ଓ ଉପାସନାର ସ୍ୱାଧୀନତା ଏବଂ ପ୍ରତିଷ୍ଠା ସୁଯୋଗର ସମତା ପ୍ରାପ୍ତ କରାଇବା ସହ ରାଷ୍ଟ୍ରକୁ ଏକତା ଅଖଣ୍ଡତା ସହ ଭାଇଚାରା ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ବିବିଧତା ମଧ୍ୟରେ ଏକତା ଓ ସଶକ୍ତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର କାର୍ଯ୍ୟକାରିତା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.