csstore

ବଙ୍ଗୋମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଖୋଲାନ ଚାମ୍ପିୟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳପଡିଆରେ ଚାଲିଥିବା ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଏଥ୍‌ଲେଟିକ ଏସୋସିଏସନ ପକ୍ଷରୁ ଚାଲିଥିବା ବଙ୍ଗୋମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ଖୋଲାନ ଓ କଣ୍ଟାବାଞ୍ଜି ଦଳ ଫାଇନାଲ୍ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । କଣ୍ଟାବାଞ୍ଜି ଦଳକୁ ପରାସ୍ତ କରି ଖୋଲାନ ଦଳ ଚାମ୍ପିୟନ ହୋଇଥିଲା । ରେଫରି ବିବଚ୍ଛ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଅଭୟ ବାଗ ଓ ବିଜୟ ସିଂ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ କୁମ୍ଭାର, ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଏସଆର୍ ଷ୍ଟିଲର ମୁଖ୍ୟ ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲ, ଯୁବ ସମାଜସେବୀ କାହ୍ନା ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଖୋଲାନ ଓ ଉପବିଜେତା କଣ୍ଟାବାଞ୍ଜି ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ଏଥିରେ ଆୟୋଜକ କମିଟିର ଡବ୍ଲୁ ହଂସ, ଯଯାତି ସିନ୍ଦୁର, ମଣ୍ଟୁ ସରାଫ, ସୁନୀସ ପ୍ରଧାନୀ, ରଶ୍ମିକାନ୍ତ ସିନ୍ଦୁର, ପୁନମ ଭୋଇ, ପିଣ୍ଟୁ ଦାସ, ସାଧୁ ବେହେରା, ଯଶୋବନ୍ତ ବାଗ, ପରଖିତ ପାତ୍ର, ଦିଗାମ୍ବର ନାଏକ, ଦିବ୍ୟ ନାଏକ ପ୍ରମୁଖଙ୍କ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।\

jayashree
Leave A Reply

Your email address will not be published.