csstore

ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଶୁଭ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ସାମାଜିକ ଓ ସାହିତ୍ୟ ସଂଗଠନ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୀର୍ଘ ୨୩ ବର୍ଷ ଧରି ‘କୋଶଳ ପ୍ରବାହ’ ସମ୍ବାଦପତ୍ର ପ୍ରକାଶନର ଗୁରୁ ଦାୟିତ୍ୱ ବହନ କରିବା ସହ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ ଜଗତରେ ‘କୋଶଳ ପ୍ରବାହର ଲାଇଭ୍‌’ ମାଧ୍ୟମରେ ଖବର ପରିବେଷଣ କ୍ଷେତ୍ରରେ ଏକ ସଫଳ ଆନ୍ଦୋଳନକୁ ଦାମ୍ଭିକତାର ସହ ସେ ଗ୍ରହଣ କରିଛନ୍ତି । ସାହିତ୍ୟ ଜଗତରେ ବି ଜଣେ ବିଶିଷ୍ଟ କବି ଭାବେ ତାଙ୍କ ଯୋଗଦାନ ବଳିଷ୍ଠ । କୋଶଲୀ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ଦିଗରେ ତାଙ୍କ ବିଶେଷ ଅବଦାନ ରହିଛି । ବହୁ ଚର୍ଚ୍ଚିତ ‘ଇଟାଭାଟିର ସଖାଲ୍‌’ କବିତା ସଂକଳନର ସ୍ରଷ୍ଟା କବି ଆନଂଦଙ୍କ ‘ଭୋକ୍‌’, ‘ତାର୍‌ ଆସ୍‌ବାର୍‌ କାହାକେ ଜନା’, ‘ଲମେଇଛେଁ ପାହା’, ‘ଅଂଘେ ଉଁକିଆ’ କୋଶଲୀ କବିତା ସଂକଳନ ମଧ୍ୟ ବେଶ୍‌ ଜନାଦୃତ ହୋଇପାରିଛି । କବିଙ୍କ ଓଡ଼ିଆ କବିତା ସଂକଳନ ‘ପାଗଳ’ ଓ ‘ଗଦା ଗଦା ଜୀବନ’ ଓଡ଼ିଆ ସାହିତ୍ୟ ଜଗତ ପାଇଁ ବିଶେଷ ଉପହାର ।

jayashree
Leave A Reply

Your email address will not be published.