lika

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

gbag

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତର ସରପଞ୍ଚ ତୁଳସେ ଭୋଇ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହ ସମ୍ପାଦକ ହୁଲେଶ୍ୱର ହଂସ ଯୋଗଦେଇ ୭୪ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଦେଶ ଓ ମହାଭାରତୀୟ ଜାତିପ୍ରତି ବିନମ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଗଣତନ୍ତ୍ରର ଅର୍ଥ ବିଷୟରେ ଆଲୋକପାତ କରିବା ସହିତ ରାଷ୍ଟ୍ର ଗଠନରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ପୁରୁଷମାନଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିବା ସହିତ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଠିକ ସେହିପରି ଗଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦ ଦାୟକ ଉତ୍ସବ ନୁହେଁ ଏହା ଆମ ପାଇଁ ସମୀକ୍ଷାର ଦିନ । ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ, ଆମ ଭାଷାକୁ ସୁରକ୍ଷିତ ରଖିବା, ସମ୍ମାନ ଦେବା ଶ୍ରଦ୍ଧା କରିବା । ଆସନ୍ତୁ ଆମେ ବନ୍ଧୁଗଣ ଆମେ ହାତକୁ ହାତ ମିଳାଇ ଏକ ସ୍ୱରରେ ଦୁର୍ନୀତିର ମୂଳୋତ୍ପାଟନ କରିବା, ଭ୍ରଷ୍ଟାଚାର ମୁକ୍ତ, ନିଶା ମୁକ୍ତ ଭାରତ ଗଠନ କରିବା, ବେକାରୀ ସମସ୍ୟା ହଟାଇବା ତାହେଲେ ଜନରାଜ୍ୟ ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ଆଲୋକପାତ କରିଥିଲେ । ଏଥିରେ ୱାର୍ଡ ମେମ୍ବର ସଞ୍ଜୟ ହଂସ, ଜିଓଟେଗ ଶୁଭାକାର ନାଗ, ଧର୍ମେନ୍ଦ୍ର ଦାସଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ ପତାକା ଉତ୍ତୋଳନ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଦକ୍ଷ ହଂସ ଉପସ୍ଥିତ ଥିଲେ । ସେହିପରି କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ବିଶି ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅଶୁର୍ଲା କ୍ଲଷ୍ଟରର ସିଆରସିସି ହରପ୍ରସାଦ ମାଝୀ ଉପସ୍ଥିତ ଥିଲେ । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.