csstore

ସାହିତ୍ୟ ସାଧକ ରମେଶ ଚନ୍ଦ୍ର ପୁରୋହିତଙ୍କ ତୃତୀୟ ପୁସ୍ତକ ‘ପ୍ରବାଦ ପୁରୁଷ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାହିତ୍ୟ ସାଧକ ରମେଶ ଚନ୍ଦ୍ର ପୁରୋହିତଙ୍କ ତୃତୀୟ ପୁସ୍ତକ ‘ପ୍ରବାଦ ପୁରୁଷ’ ଉନ୍ମୋଚିତ ହୋଇଯାଇଛି । ପୁସ୍ତିକର ସ୍ରଷ୍ଟା ଶ୍ରୀ ପୁରୋହିତ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ସନ୍ତୋଷ କୁମାର ରଥ, କବି ଭାଗିରଥୀ ମିଶ୍ର, ସାହିତ୍ୟିକ ସନାତନ ଠାକୁର, ଗାଳ୍ପିକା ଡା. ମଞ୍ଜୁବାଳା ପଣ୍ଡା, ସାହିତ୍ୟିକ ପଦ୍ମଚରଣ ଆଚାର୍ୟ୍ୟ, ସଂଗଠକ ହିମାଂଶୁ ଶେଖର ପାଢୀ, କବି ବିଜୟ କୁମାର ତ୍ରିପାଠୀ ମଞ୍ଚାସୀନ ହୋଇ ପୁସ୍ତକ ଉନ୍ମୋଚନ କରିଛନ୍ତି । ମଞ୍ଚାସୀନ ବ୍ୟକ୍ତି ସମୂହ ପୁସ୍ତକର ବିଭିନ୍ନ ଦିଗରେ ଆଲୋଚନା କରିବା ସହ ଲେଖକଙ୍କ ସାହିତ୍ୟ ସର୍ଜନା ପ୍ରତି ରହିଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ଉନ୍ମୋଚିତ ପୁସ୍ତକରେ ଗୋଟିଏ ପ୍ରବନ୍ଧ ୫ଟି ଗଳ୍ପ, ୭ଟି କବିତା ଓ ଗୋଟିଏ ଏକାଙ୍କିକା ସ୍ଥାନିତ ହୋଇଛି । ଏହି ପୁସ୍ତକର ସ୍ରଷ୍ଟା ପୁରୁଷ ଶ୍ରୀ ପୁରୋହିତ ଏ ମାଟିର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହୋଇଥିବା ବେଳେ ଜଣେ ସୁନାମ ଧନ୍ୟ ଆଇନଜୀବୀ ଭାବେ ବଲାଙ୍ଗିରରେ ସୁପରିଚିତ । ନିଜ ଜୀବନର ବିଶେଷ ସମୟ ରାଜନୈତିକ କ୍ଷେତ୍ରରେ ରହି ସମାଜସେବାରେ ଜୀବନକୁ ନିୟୋଜିତ କରିଛନ୍ତି । ବଲାଙ୍ଗିର କ୍ରୀଡା ଜଗତରେ ମଧ୍ୟ ତାଙ୍କ ଭୂମିକା ସର୍ବ ଜନ ବିଦିତ । କ୍ରିକେଟ ଖେଳରେ ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ପ୍ରଥମ ଅଧିନାୟକ । ପରେ ପରେ ସାରସ୍ୱତ ସର୍ଜନା ପ୍ରତି ଆକର୍ଷିତ ହୋଇ ଗଳ୍ପ, ପ୍ରବନ୍ଧ, କବିତା ଲେଖିବା ଦିଗରେ ପାଦ ଦେବା ସହ ବର୍ତ୍ତମାନ ଦିଗରେ ତାଙ୍କର ତିନୋଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି । ସବୁଠୁ ବଡ କଥା ହେଲ ୮୪ ବର୍ଷ ବୟସରେ ମଧ୍ୟ ସେ ଏବେ ସାରସ୍ୱତ ସାଧନାରେ ଲିପ୍ତ ଅଛନ୍ତି ।

jayashree
Leave A Reply

Your email address will not be published.