ଗଣତନ୍ତ୍ର ଦିବସ ଅବସରରେ କୋର୍ଟରେ ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱ ଉପରେ ଆଲୋଚନାଚକ୍ର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ସିଭିଲ କୋର୍ଟସ୍ଥିତ ଓକିଲ ସଂଘ ସଭା ଗୃହରେ ୭୪ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କଣ୍ଟାବାଞ୍ଜି ତାଲୁକ ଆଇନ ସହାୟତା କମିଟି ଦ୍ୱାରା ନାଗରିକମାନଙ୍କ ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ କଣ୍ଟାବାଞ୍ଜି ତାଲୁକ ଆଇନ ସହାୟତା କମିଟିର ଚ୍ୟାରମେନ ତଥା ଅତିରିକ୍ତ ହିମାଂଶୁ ଶେଖର ମଲ୍ଲିକ (ମୁଖ୍ୟ ଅତିଥି) ସବ୍‌ ଜଜ୍‌ ଅଲେଖ କୁମାର ପ୍ରଧାନ, ଜେଏମ୍‌ଏଫ୍‌ସି ଶାଶ୍ୱତି ମହାପାତ୍ର, ଓକିଲ ସଂଘ ସଭାପତି ପ୍ରଫୁଲ୍ଲ କୁମାର ନାୟକ (ମୁଖ୍ୟ ଅତିଥି) ଭାବେ ମଂଚାସୀନ ହୋଇ ସାମ୍ବାଧାନିକ ଅଧିକାର ଓ ଦାୟିତ୍ୱ ଉପରେ ମତ ରଖିଥିଲେ । ସେହି ପରି ବରିଷ୍ଠ ଆଇନଜୀବୀ କାନନ କିଶୋର ପଣ୍ଡା ମଧ୍ୟ ନିଜର ମତ ରଖିଥିଲେ । ଏହି ଆଲୋଚନାଚକ୍ରରେ ସଂଘର ସମସ୍ତ ସଦସ୍ୟା/ସଦସ୍ୟ, ପାରାଲିଗାଲ ଭୋଲେଂଟିୟର ଏବଂ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.