csstore

ମାୟାବର୍ହାରେ ସାଧାରଣତନ୍ତ୍ର ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ଏବଂ ନୋଡାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ଜାତୀୟ ପତାକା ଉତୋଳନ କରି ସମବେତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପରାମର୍ଶଦାତା ରବିଚନ୍ଦ୍ର ପଶାୟତ ଏବଂ ସ୍କାଉଟ ମାଷ୍ଟର ଦିନବନ୍ଧୁ ପଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଓ ଚୈତନ୍ୟ ବାରିକ ପ୍ୟାରେଡ ଏବଂ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲ, ସିଆର୍‌ସିସି ଶ୍ରୀରାମ ସିକନ୍ଦର, ବରିଷ୍ଠ ଶିକ୍ଷକ ନନ୍ଦିଘୋଷ ବାରିକ, ସଦାନନ୍ଦ ପଧାନ, ଦୟାସାଗର ପଧାନ, ବିନୋଦ କୁମାର ବେହେରା, ଚନ୍ଦ୍ରମା ମହାପାତ୍ର, ତୋଷମତୀ ଭୋଇ, ସୁଶିଲ ସାହୁ, ସଂଜୀବ ପୂଜାରୀ, ସ୍ନିଗ୍‌ଧା ପଧାନ, ମୀନକେତନ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.