jayashree

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଭୋଟର ଦିବସ ପାଳିତ

  • ରାଷ୍ଟ୍ର ନିର୍ମାଣରେ ଭୋଟରଙ୍କ ମହତ୍ୱ ଉପରେ ଆଲୋଚନାଚକ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବୁଧବାର ଦିନ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପାଳିତ ଜାତୀୟ ଦିବସରେ ମହାବିଦ୍ୟାଳୟରେ ଅଧ୍ୟୟନରତ ଶତାଧିକ ଛାତ୍ରୀମାନଙ୍କୁ ଗଣତନ୍ତ୍ର ରାଷ୍ଟ୍ରରେ ଭୋଟରଙ୍କ ଭୂମିକା କ’ଣ ଓ ଜଣେ ଭୋଟର ରାଷ୍ଟ୍ର ନିର୍ମାଣରେ ନିଜର ଭାଗିଦାରୀତା ଉପରେ ଗୁରୁତ୍ୱପୂର୍ଣ୍ଣ ମତାମତ ଦିଆଯାଇଥିଲା । ଏହି ଦିବସ ପାଳନ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁକୁନ୍ଦି ଲାଲ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଅଧ୍ୟାପକ ବଳରାଜ ସିଂ ଦେଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟ ଭୋଟର ଦିବସ ଉପରେ ନିଜର ମତ ରଖିଥିଲେ । ଏପରିକି ଜଣେ ୧୮ ବର୍ଷ ସଂପୂର୍ଣ୍ଣ ହେଲା ପରେ ଭୋଟର କାର୍ଡରେ କିପରି ଆଧାର କାର୍ଡ ସଂଯୋଗ କରିବେ ଏବଂ ଭୋଟରଙ୍କ ମହତ୍ୱ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଛାତ୍ରୀମାନେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ରାଜୀବ ମେହେର, ଅଧ୍ୟାପିକା ସୁନନ୍ଦା ରଥ, ଲିପାନୀତା ପ୍ରଧାନ, ରଶ୍ମିରମିତା ମେହେର ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲ ।

Leave A Reply

Your email address will not be published.