csstore

କପିଲାଭଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ଜମି ଚିହ୍ନଟ କଲେ ତହସିଲଦାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳେୟ ପାଇଁ ଜମି ଚିହ୍ନଟ କରିଛନ୍ତି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ । କପିଲାଭଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବିଭିନ୍ନ ସମୟରେ ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜି ଯୁବକ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ କରାଯାଇଥିଲା । ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଗସ୍ତ ସମୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାର ଏହି ଅଞ୍ଚଳର ମୁଖ୍ୟ ଦାବୀକୁ ପୂରଣ କରିବାକୁ ଯାଉଛନ୍ତି । ଅଞ୍ଚଳର ଲୋକେ ବିଭିନ୍ନ କାର୍ଯ୍ୟ ଯୋଗୁଁ ପୂର୍ବରୁ କଣ୍ଟାବାଞ୍ଜି, ମହଖଣ୍ଡ, ବଙ୍ଗୋମୁଣ୍ଡା, ଚୁଲିଫୁଙ୍କା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରି ଖର୍ଚ୍ଚନ୍ତେ ହେଉଥିବା ବେଳେ ବର୍ତ୍ତମାନ କପିଲାଭଟାରେ ଏହି ଭଳି ସୁବିଧା ସୁଯୋଗ ପାଇବା ପାଇଁ ସରକାର ବ୍ୟବସ୍ଥା କରିଥିବାରୁ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଆଜି କପିଲାଭଟା ଗାଁରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ଜମି ଚିହ୍ନଟ କରିବା ପାଇଁ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଆସିଥିବା ବେଳେ ମାଁ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶି, ସମ୍ପାଦକ ହୁଲେଶ୍ୱର ହଂସ ସହ ଅନ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.