ଲକ୍ଷ୍ନୌରେ ବଡ଼ ଧରଣର ଦୁର୍ଘଟଣା, ଭୁଶୁଡ଼ିଲା ୪ ମହଲା କୋଠା : ୩ ମୃତଦେହ ଉଦ୍ଧାର, ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ଲକ୍ଷ୍ନୌ : ଲକ୍ଷ୍ନୌରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ୪ ମହଲା କୋଠା ଭୁଶୁଡିବା ଦ୍ୱାରା ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୭ଜଣ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତଙ୍କର ଅବସ୍ଥା ସଙ୍ଗିନ୍‌ ରହିଛି ।
ଏହି ଘଟଣାଟି ହଜରତଗଞ୍ଜର ବଜିର ହସନ ରୋଡ ସ୍ଥିତ ଅଲୟା ଆପାର୍ଟମେଣ୍ଟରେ ଘଟିଛି । ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆରକୁ ଘଟଣା ସ୍ଥଳକୁ ଡ଼କାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଘଟଣା ବିଷୟରେ ଅବଗତ ହୋଇଛନ୍ତି । ସେ ଅଫିସରମାନଙ୍କୁ ଉଦ୍ଧାର ଓ ସାହାଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସ୍ଥଳରେ ଡେପୁଟି ସିଏମ୍‌ ବ୍ରଜେଶ ପାଠକ ଓ ନଗର ବିକାଶ ମନ୍ତ୍ରୀ ଏକେ ଶର୍ମା ମଧ୍ୟ ପହଞ୍ଚିଛନ୍ତି । ବ୍ରଜେଶ ପାଠକ କହିଛନ୍ତି କି ଦୁର୍ଘଟଣାର କାରଣ ବିଷୟରେ ଯାଞ୍ଚ ଚାଲିଛି । ୩ଟି ଶବ ମିଳିଛି । ଏନ୍‌ଡିଆରଏଫ୍‌ ଓ ଏସ୍‌ଜିଆରଏଫ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହା ବି କୁହାଯାଉଛି କି କିଛି ଦିନ ହେବ ଏହି ବିଲ୍ଡିଂର ବେସମେଣ୍ଟରେ କିଛି କାମ ଚାଲୁଥିଲା । ଉଦ୍ଧାର କାର୍ଯ୍ୟରେ ଜେସିବିକୁ ମଧ୍ୟ ଲଗାଯାଇଛି ।

Leave A Reply

Your email address will not be published.