ଆର୍ଟ ମହୋତ୍ସବ ଉଦ୍‌ଯାପିତ

ପୁରୀ : ଐତିହ୍ୟ ଗ୍ରାମ ରଘୁରାଜପୁରରେ ତିନିଦିନ ବ୍ୟାପୀ ଆର୍ଟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶାର ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପର ମନ୍ତ୍ରୀ ରିତା ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ତିମ ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ଓଡିଶା ମୋ ପରିବାର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପୁରୀ ଜିଲ୍ଲା ହସ୍ତଶିଳ୍ପର ସହ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ବିଶିଷ୍ଟ ଶିଳ୍ପୀ ଗୁରୁ ବନମାଳୀ ମହାପାତ୍ର, ଶିଳ୍ପୀ ଗୁରୁ ଦୀନବନ୍ଧୁ ମହାପାତ୍ର, ଦିଲ୍ଲୀର କଳା ନିର୍ଦ୍ଦେଶକ ରାଜେଶ ମୟୁରିଆ ଏଥିରେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାୟୋଜିତ ଏହି ମହୋତ୍ସବକୁ ରଘୁରାଜପୁରର ମାଆ ଭୂବାସିନୀଙ୍କ ମଣ୍ଡପରେ ମିଳିତ ଆୟୋଜନ କରାଯାଇଥିଲା । ରଘୁରାଜପୁରର କଳାକ୍ଷେତ୍ର, ଲୋକକଳା ଗ୍ରାମ ସାରଙ୍ଗଯୋଡିର କୈଳାଶ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ଏବଂ ଦିଲ୍ଲୀର ୟାକ୍ କମ୍ୟୁନିକେସନ, ପଦ୍ମଶ୍ରୀ ଶିଳ୍ପୀ ଗୁରୁ ପ୍ରଭାକର ମହାରଣା ଏହାକୁ ଶୁକ୍ରବାର ଉଦ୍‌ଘାଟନ କରିଥିଲେ । ବିଭିନ୍ନ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟ, ପୁରୀର ନବପ୍ରତିଭା ତରଫରୁ ମାହାରୀ ନୃତ୍ୟ, ବିଙ୍ଘାରପୁରର ସମ୍ବଲପୁରୀ ନୃତ୍ୟ, ନିମାପଡ଼ାର ଚଢେଇଆ ନୃତ୍ୟ, ମଙ୍ଗଳପୁରର ଲୋକନୃତ୍ୟ ପ୍ରଭୃତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଭୁବନେଶ୍ୱରର ରାଧାକୃଷ୍ଣ କଳାକୁଞ୍ଜର କଳାକାର ମାନେ ଗୁରୁ ମିନତୀ ପ୍ରଧାନଙ୍କ ନୃତ୍ୟ ସରଞ୍ଚନାରେ ଓଡିଶୀ ନୃତ୍ୟ ଏବଂ ଗୁରୁ ଅଶୋକ ଦାସଙ୍କ ନିର୍ଦ୍ଦେଶନାରେ ପୁରୀର ନବପ୍ରତିଭାର କଳାକାର ମାନେ ନୃତ୍ୟ ନାଟିକା କାଳିଜାଇ ପରିବେଷଣ କରିଥିଲେ । ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ଅଞ୍ଜନ ହୋତା ସଂଯୋଜନା ଓ କଳାକ୍ଷେତ୍ରର ସଭାପତି କୈଳାଶ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ । ମହୋତ୍ସବ ନିର୍ଦ୍ଦେଶକ ମୁକେଶ ମୟୁରିଆ, ମହୋତ୍ସବ ସମ୍ପାଦକ ସୁଦର୍ଶନ ସ୍ଵାଇଁ, କୈଳାଶ ଗୋଟିପୁଅ ଅନୁଷ୍ଠାନର ସମ୍ପାଦକ କୈଳାଶ ଚନ୍ଦ୍ର ବିଶ୍ଵାଳ, ସମାଜସେବୀ ପ୍ରଭାତ ପୃଷ୍ଟି, ମାଳତୀପାଟପୂର ପଞ୍ଚାୟତର ସରପଞ୍ଚ ମହେନ୍ଦ୍ର ମହାପାତ୍ର ଓ ସମିତି ସଭ୍ୟ ପ୍ରମୋଦ ମହାରଣା, ବିଶିଷ୍ଟ ଗୋଟିପୁଅ ଗୁରୁ ବସନ୍ତ ମହାରଣା, ଉଦଘୋଷକ ଭୁବନେଶ୍ୱର ମହାପାତ୍ର ଏବଂ ଯୁବ ସଂଗଠକ ରଘୁନାଥ ଦାସଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.