csstore

ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲର ବାର୍ଷିକ ଉତ୍ସବ ୨୦୨୩ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲର ସଭାପତି ତଥା ଆଇନଜୀବୀ ବିଶ୍ୱମ୍ବର ରଣାଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୋନ୍(ଖ) ଜିଲ୍ଲା ପରିଷଦ ମଞ୍ଜୁଲତା ଧରୁଆ, ମୁଖ୍ୟ ବକ୍ତା ଭାବେ ଶିକ୍ଷ୍ୟାବିତ ସହଦେବ ପାଢ଼ୀ, ସମ୍ମାନିତ ଅତିଥି ରୂପେ ସରପଞ୍ଚ କେତକୀ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍କୁଲର ଶିକ୍ଷ୍ୟା ବ୍ୟବସ୍ଥା, ଫଳାଫଳ ଉପରେ ଭୁରି ଭୁରି ପ୍ରଶଂସା କରିବା ସହ ଶ୍ରେଷ୍ଠ ଛାତ୍ର ଲୁକେଶ କୁମାର ମାଝୀ, ଛାତ୍ରୀ ରୀତିକା ଧଙ୍ଗଡା ମାଝି ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା । ସ୍କୁଲ କୋଷାଧ୍ୟକ୍ଷ ଯୁଧିଷ୍ଠିର ସିଙ୍ଗ ମଞ୍ଚ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ସୁଦାମ ଦୁବେ, ଶିକ୍ଷୟିତ୍ରୀ ମୋନାଲିସା ଭୋଇ, ରାଜଶ୍ରୀ ନାୟକ, ଛାତ୍ର କର୍ତ୍ତା ଭାଗିରଥି ବିଶି, ରାଜେନ୍ଦ୍ର ରଣା, ରାଜୀବ ବଗର୍ତ୍ତି, ସମ୍ପଦ ବରିହା, କାଲି ପ୍ରସାଦ ପାଢ଼ୀ, ଚିନ୍ତାମଣି ରଣା, ସ୍ୱପନେଶ୍ୱର ମିଶ୍ର ସହଯୋଗ କରିଥିଲେ । ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.