ପରିବହନ କର୍ମଚାରୀ ନେତା ଉପେନ୍ଦ୍ର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ପରିବହନ କର୍ମଚାରୀ ସଂଘର ବିଶିଷ୍ଟ ନେତା ତଥା ନାଟ୍ୟକାର ଉପେନ୍ଦ୍ର ମିଶ୍ର(କୁନି)ଙ୍କ ବଡ଼ଖେମୁଣ୍ଡି ସାହି ସ୍ଥିତ ତାଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ, ଏସବିଆଇ ଅଫିସରର୍ସ ସଂଘର ପୂର୍ବତନ କର୍ମକର୍ତ୍ତା ରାମଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ବ୍ରହ୍ମପୁର ଏମ୍ପେ୍ଲାଇମେଣ୍ଟ ଏକ୍ସଚେଞ୍ଜର ଉପନିର୍ଦ୍ଦେଶକ ସଞ୍ଜିବ ମହାପାତ୍ର, ମନୋଜ କୁମାର ପାତ୍ର, ଆରତୀ ପାତ୍ର, ବ୍ରହ୍ମପୁର ବ୍ରେଲ ପ୍ରେସ୍‌ର ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କ ସମେତ ବିଭିନ୍ନ କର୍ମଚାରୀ ସଂଘ ନେତାମାନେ ଉପସ୍ଥିତ ରହି ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ପୁତ୍ର ଶିଶିର କୁମାର ମିଶ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.