ଗ୍ଲୋରୀ କୁଇନ୍‌ ମୁକୁଟ ପିନ୍ଧିଲେ ପୂଜା ବିଶ୍ୱାସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ଲୋରୀ ଫେଷ୍ଟ୍‌ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଗ୍ଲୋରୀ କୁଇନ ମୁକୁଟ ଏଥର ପୂଜା ବିଶ୍ୱାସ ପିନ୍ଧିଛନ୍ତି । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର ବୁଦ୍ଧି ଓ ସୌନ୍ଦର୍ଯ୍ୟ ପାଇଁ ସେ ଏହି ମୁକୁଟ ହାସଲ କରିଛନ୍ତି । ପୂଜା ଏବେ ହାଇଟେକ୍‌ କଲେଜ ଅଫ ନର୍ସିଂର ଛାତ୍ରୀ । ଅନ୍ୟପକ୍ଷରେ ଗ୍ଲୋରୀ କୁଇନ୍‌ର ପ୍ରଥମ ରନର୍ସଅପ୍‌ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ, ଦ୍ୱିତୀୟ ରନର୍ସଅପ୍‌ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନ୍‌ଭି ପ୍ରଜ୍ଞାପ୍ତି ହୋଇଛନ୍ତି । ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ତିନି ଦିନଆ “ଗ୍ଲୋରୀ ଫେଷ୍ଟ୍‌-୨୦୨୩’ ରବିବାର ବେଳାଭୂମିରେ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ହୋଲି ସ୍ୱସ୍ତିକ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ପ୍ରଭାସ ମହାନ୍ତି, ଆଇନଜୀବୀ ବିଭୁ ତ୍ରିପାଠୀ, ହୋଟେଲିୟର ରାଜିକିଶୋର ପାତ୍ର ଯୋଗ ଦେଇଥିଲେ ।

Leave A Reply

Your email address will not be published.