ଜିଲ୍ଲାପାଳଙ୍କୁ ନେହୁରା ହୋଇ ସାହାଯ୍ୟ ଭିକ୍ଷା କଲେ ବୃଦ୍ଧା ମାତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ଭାମଶିଆଳି ପୋଷ୍ଟ ଅଫିସ ଅନ୍ତର୍ଗତ କୁଆନଳା ଗ୍ରାମର ନଳନୀ ପ୍ରଭା ଦାଶ୍ ନିଜ ଗ୍ରାମରୁ ଅଟୋ-ରିକ୍ସା ଭଡ଼ା କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଥିଲେ । ସୂଚନାଯୋଗ୍ୟ ଯେ, ନଳନୀ ପ୍ରଭା ଦାଶଙ୍କ ୪ ଜଣ ପୁଅ । ସମସ୍ତେ ବେ-ରୋଜଗାରିଆ । ଆଉ ସେ ତାଙ୍କ ପରିବାରଙ୍କୁ ନେଇ ଦାରିଦ୍ର୍ୟ ତାଡନାରେ ଚଳୁଛନ୍ତି । ଉକ୍ତ ବୁଢ଼ୀ ମାଆଙ୍କର ତୃତୀୟ କନିଷ୍ଠ ପୁତ୍ର ଦିଲୀପ କୁମାର ଦାଶଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ସେ ସୋମ ହସ୍ପିଟାଲରେ ଜିଭ-କର୍କଟ ରୋଗରେ ଚିକିତ୍ସିତ ହୋଇ ପ୍ରାୟ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ବିଲ, ସୁନାଗହଣା ତକ ଆଦି ବିକ୍ରି କରି ସବୁତକ ସରିଗଲା, ଏବେ ଅର୍ଥ ଚିକିତ୍ସାରେ ବାଧକ ସାଜିଛି । ଚିକିତ୍ସା ଖର୍ଚ୍ଚ ପାଇଁ ସାହାଯ୍ୟ କରନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଉକ୍ତ ବୁଢ଼ୀ ମାଆ ନେହୁରା ହୋଇ କାନ୍ଦି କାନ୍ଦି କହିଛନ୍ତି । ମୋ-ସରକାର କକ୍ଷରେ ଜିଲ୍ଲାପାଳ ଉକ୍ତ ବୁଢ଼ୀଙ୍କୁ ଭେଟି ଆଶ୍ୱାସନା ଦେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ପରିବାରଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ସେମାନେ ଉପକୃତ ହେବେ । ତେଣୁ ଜରୁରୀକାଳୀନ ଭିତ୍ତିରେ ତାଙ୍କୁ ଆର୍ଥିକ-ସହାୟତା ପ୍ରଦାନ କରାଯିବାକୁ ବିଭିନ୍ନ ମହଲରେ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.