ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମାର୍କଣ୍ଡ ଦେବତାଙ୍କ ଗଙ୍ଗାଶ୍ରାଦ୍ଧ ଅବସରରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମାର୍କଣ୍ଡ ଦେବତାଙ୍କ ଗଙ୍ଗାଶ୍ରାଦ୍ଧ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ମୀନକେତନ ସାହୁ ମହୁଲପାଲି ଗ୍ରାମରେ ପ୍ରକୃତିବନ୍ଧୁ ଅଭୟ ଦେବତା ତାଙ୍କ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ପାଇ ଦୁଇଟି ବଉଳ ବୃକ୍ଷ ପ୍ରଦାନ କରିଥିଲେ । ଗ୍ରାମର ଶିବ ମନ୍ଦିରଠାରେ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକୃତି ବନ୍ଧୁ ଅଭୟ ଦେବତା ଦୁଇଟି ବଉଳ ବୃକ୍ଷ ରୋପଣ କରିବା ସହିତ ଏହାକୁ ପୌଷ୍ୟ ଭାବେ ଗ୍ରହଣ କରିଥିଲେ । ସ୍ୱର୍ଗତ ମାର୍କଣ୍ଡ ଦେବତାଙ୍କ ଅଞ୍ଚଳରେ ଜଣେ ପରୋପକାରୀ ମଣିଷ ଭାବେ ପରିଚିତ ଥିଲେ ।

Leave A Reply

Your email address will not be published.

error: Content is protected !!