ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୀର ସତି ରାନୀଘାଟ ସ୍ଥିତ ଟାଇକଣ୍ଡୋ ଟ୍ରେନିଂ ହଲ ଠାରେ ଗତ ୧୪ ଓ ୧୫ ଦୁଇ ଦିନ ଧରି ୩୫ତମ ରାଜ୍ୟସ୍ତରୀୟ ଖିରୋଗି ଓ ୮ତମ ପୁମସାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ୬ ଜଣିଆ ଟିମ୍‌ ଭାଗ ନେଇଥିଲେ । ଏଥିରେ ଜୁନିୟର ବାଳିକା ଖିରୋଗି (ଫାଇଟ) ବିଭାଗରେ କୌଶଲ୍ୟା ଷାଣ୍ଢ (୪୬ କେଜି) ବ୍ରୋଞ୍ଚ ପଦକ, ପ୍ରିୟଙ୍କା ପଶାୟତ ଓ ପରିମିତା ବିଶ୍ୱାଲ (୪୯ କେଜି) ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ଏବଂ ରାଜ୍ୟ ଟାଇକଣ୍ଡୋ ସାଧାରଣ ସଂପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉ କି, ପରିମିତା ବିଶ୍ୱାଲ ଓ କୌଶଲ୍ୟ ଷାଣ୍ଢ ଚିକଲବାହାଲ ୟୁଜିଏଚଏସ୍‌ ସ୍କୁଲର ଛାତ୍ରୀ ଥିବା ବେଳେ ପ୍ରିୟଙ୍କା ପଶାୟତ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ । ଏହି ଟାଇକଣ୍ଡୋ ଟ୍ରେନିଂ ପାଇଁ ନିଜସ୍ୱ ଏକ ଇନ୍‌ଡୋର ହଲ୍‌ର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କଲେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହି ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କୋଚ ଶ୍ରୀ ଭୋଇ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.