ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ୍‌ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମକୁ ରେଡକ୍ରସ୍‌ କର୍ମୀ ତଥା ରାଜ୍ୟ ରକ୍ଷକ ପ୍ରୋଗ୍ରାମର ମାଷ୍ଟର ଟ୍ରେନର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ପଦ୍ମନାଭ ରଣା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା ଯୋଗଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଗଣ ବିଭିନ୍ନ ଦୁର୍ଘଟଣା ଯୋଗୁଁ ଦୈନନ୍ଦିନ ଜୀବନରେ ଧନ ଜୀବନ ହାନୀ ହେଉଛି ବୋଲି ମତପ୍ରକାଶ କରିଥିଲେ । ତେଣୁ ସମସ୍ତେ ଟ୍ରାଫିକ ସଂକେତ ନିୟମ ମାନିବା ସହ ମଦ୍ୟପାନ ସମୟରେ, ବିନା ହେଲମେଟରେ, କ୍ଷିପ୍ରଗତିରେ, ମୋବାଇଲ ଧରି ଗାଡି ନ ଚଳାଇବା ପାଇଁ ଗ୍ରାମବାସୀ ତଥା ଯାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଇଁନ୍ତଲା ଷ୍ଟେସନ, ନୂଆବସ୍ତି ତଥା ଡେଙ୍ଗ ଗ୍ରାମରେ ପ୍ଲା କାର୍ଡ ଧରି ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ କାର୍ଯ୍ୟକ୍ରମରେ ଅଭିଳାଶ ସାଗର, ମାମୁନି ପ୍ରଧାନ, ସୁପ୍ରିତା ରଣା, ଡିଲେରି ସାହୁ ପ୍ରମୁଖ କୃତିତ୍ୱ ହାସଲ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ କୃପାସିନ୍ଧୁ ମିଶ୍ର, ସମୀର ସେଠି, ହିମାଂଶୁ ଶେଖର ବିଶ୍ୱାଲ, ଲିଙ୍ଗରାଜ ନନ୍ଦ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୋପଦୀ ଭୋଇ, ଯଶୋବନ୍ତୀ ସୁନା, କାନ୍ତି ଭୋଇ, ଗ୍ରାମବାସୀ ବିଘ୍ନରାଜ ରଣା, ଟିଟୁ ରଣା ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!