ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡା ଛକ ଠାରେ ଜଣେ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ମହିଳା ଜଣକ କିଛି ଦିନ ହେବ ଶାନ୍ତିପଡା ଛକପଟୁ ଯାଉଥିବା ପ୍ରତ୍ୟେକ ଗାଡି ଗୁଡିକର ନମ୍ବର ଏକ ଖାତାରେ ଲେଖୁଥିବା ବେଳେ ଆଜି ସେ ଗୋଟିଏ କାରର ନମ୍ବର ଲେଖିବା ସହ ରାସ୍ତା ମଝିକୁ କାରଟିକୁ ରୋକିବା ପାଇଁ ମାଡି ବସିଥିଲେ । ଯାହା ଫଳରେ ରାସ୍ତା ଜାମ୍ ହୋଇଯାଇ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ମହିଳା ଜଣକ କିଏ ଆଉ କ’ଣ ପାଇଁ ଗାଡି ନମ୍ବର ଲେଖି ଗାଡିଗୁଡିକୁ ରାସ୍ତା ମଝିରେ ଅଟକାଇବା ସହ ହଙ୍ଗମା କରୁଛନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।
Prev Post