୭ ମେଡିକାଲ କଲେଜର ୭ ବରିଷ୍ଠ ଡାକ୍ତରଙ୍କ ବଦଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଅଧୀନ ୭ଟି ମେଡିକାଲ କଲେଜର ୭ଜଣ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କର ଗୁରୁବାର ବଦଳି କରାଯାଇଛି । ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ଆନାସ୍ଥେସିଆଲୋଜି ବିଭାଗ ପ୍ରଫେସର ଡ. ଲକ୍ଷ୍ମୀଧର ଦାଶଙ୍କୁ ଏସ୍‌ସିବି ମେଡିକାଲ କଲେଜକୁ ବଦଳି କରାଯାଇଛି । ସେହିପରି ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲର ଆନାସ୍ଥେସିଆଲୋଜି ବିଭାଗର ପ୍ରଫେସର ଡ. ତରଙ୍ଗିଣୀ ଦାସଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ, କେନ୍ଦୁଝର ସରକାରୀ ମେଡିକାଲ କଲେଜର ଅପଥାଲ୍‌ମୋଲୋଜି ବିଭାଗ ପ୍ରଫେସର ଶୁଭବ୍ରତ ପରିଡାଙ୍କୁ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ଏଫ୍‌ଏମ୍‌ଟି ବିଭାଗ ସହକାରୀ ପ୍ରଫେସର ଡ. ମନୋଜ କୁମାର ହାଂସଦାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟକୁ ବଦଳି କରାଯାଇଛି । ଫକୀର ମୋହନ ମେଡିକାଲ କଲେଜର ପାଥୋଲୋଜି ବିଭାଗ ସହକାରୀ ପ୍ରଫେସର ଡ. ଚନ୍ଦ୍ରଶେଖର ମହାପାତ୍ରଙ୍କୁ କଟକ ଏସ୍‌ସିବି, ବାରିପଦାର କମ୍ୟୁନିଟି ମେଡିସିନ୍‌ ପ୍ରଫେସର ଡ. କ୍ରିଷ୍ଣା କରଙ୍କୁ କଟକ ଏସ୍‌ବିବି ମେଡିକାଲ କଲେଜ, ଏସ୍‌ସିବି ମେଡିକାଲର ଜର୍ମାଟୋଲୋଜି ବିଭାଗ ସହକାରୀ ପ୍ରଫେସର ଡ. ସ୍ବପ୍ନା ଜେନାଙ୍କୁ କଳାହାଣ୍ଡି ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ବଦଳି କରାଯାଇଛି ।

Leave A Reply

Your email address will not be published.