ମୋ ବସ୍‌ରେ ମାଗଣା ଯାତ୍ରା କରିବେ ହକି ଦର୍ଶକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ସ୍ମାର୍ଟସିଟି ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଯାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ୧୫ଟି ଅତିରିକ୍ତ ଇ-ବସ୍‌ ସେବା ଆରମ୍ଭ ହୋଇଛି । ଆଗାମୀ ଦିନରେ ଆହୁରି ୧୦ଟି ଇ-ବସ୍‌ ରାଜଧାନୀରେ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ହକି ବିଶ୍ୱକପ୍‌ର ବୈଧ ଟିକେଟ ରଖିଥିବା ଯାତ୍ରୀ ଭୁବନେଶ୍ୱରରୁ ରାଉରକେଲା କ୍ରୁଟ୍‌ର ସ୍ବତନ୍ତ୍ର ଶଟଲ୍‌ରେ ନିଶୁଳ୍କ ଯାତ୍ରା କରି ପାରିବେ । ଟିକେଟ ଉପରେ ଲେଖାଯାଇଥିବା ତାରିଖ ଆଧାରରେ କ୍ରୀଡ଼ାପ୍ରେମୀମାନେ ଏହି ସୁବିଧା ପାଇ ପାରିବେ । ସେହିପରି ୧୩ ତାରିଖ ଠାରୁ ୨୯ ତାରିଖ ପର୍ୟ୍ୟନ୍ତ ଏହି ସେବା ଭୁବନେଶ୍ୱରର ୩ଟି ରୁଟ୍‌ରେ ଉପଲବ୍ଧ ହେବ । ଡଟ୍‌ଫେଷ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍‌କୁ ଯିବାକୁ ଥିବା ଯାତ୍ରୀ ଟିକେଟ୍‌ ଦେଖାଇ ଅନୁରୂପ ସୁବିଧା ପାଇପାରିବେ ।

Leave A Reply

Your email address will not be published.