oom

କୁଲତା ସମାଜ ବଲାଙ୍ଗିରର କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଭଗବତୀନଗର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସୁରଥ ପଧାନଙ୍କ ସଭାପତିତ୍ୱରେ ଏକ ଘରକୁ ସମାଜର କାର୍ଯ୍ୟାଳୟ ଭାବରେ ଉଦ୍‌ଘାଟନ କରିବା ସହିତ ନୂତନ ବର୍ଷ ନିମନ୍ତେ ସମାଜର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ଉକ୍ତ ସଭାରେ ସମାଜ ବରିଷ୍ଠ ସଭ୍ୟ ଜାଦବ ଚନ୍ଦ୍ର ଭାଇ, ରବିନ୍ଦ୍ର ପଧାନ, ବୃଷୁଭ ସା, ସଂଜୟ ଶେଖର ଭୋଇ, ରାଜେନ୍ଦ୍ର ପ୍ରସାଦ ସାହୁ, ବିଦେଶୀ ପଧାନ, ଜ୍ୟୋଷ୍ଣାମୟୀ ପଧାନ, ଶିରୋମଣୀ ସାହୁ ତଥା ଗୋବିନ୍ଦ ବାରିକ ଯୋଗଦେବା ସହିତ ତାଙ୍କର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଉପସଭାପତି ଶାନ୍ତନୁ କୁମାର ପାତ୍ର, ସୁଧିର କୁମାର ଭୋଇ, ସମ୍ପାଦକ ଶାନ୍ତନୁ କୁମାର ଭୋଇ, ସହସଂପାଦକ ରାମଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପଧାନ, କାର୍ଯ୍ୟକାରୀ ସଦସ୍ୟ ମଧୁ ସାହୁ, ସୁନିଲ କୁମାର ମାଝି ସଭାରେ ଯୋଗଦାନ ସହିତ ମତ ପୋଷଣ କରିଥିଲେ । ଯୁବ ସଂଯୋଜକ ସୁଦର୍ଶନ ସାହୁ, ଯୁବ ଗୋଷ୍ଠୀ ଲକ୍ଷ୍ମଣ ବିଶ୍ୱାଲ, ରୋହିମ ରଂଜନ ସାହୁ, ଚୈତନ୍ୟ ସା, ସଂଜୀବ ସାମଲ, ସୁଶାନ୍ତ ଭୋଇ, ପ୍ରିତମ ପ୍ରଧାନ, ନିରଞ୍ଜନ ଗଡତ୍ୟା, ଜିତୁଲାଲ ସାହୁ, ଲଳିତ ପ୍ରଧାନ, ଦିନେଶ ଭୋଇ ମଧ୍ୟ ଉପସ୍ଥିତ ରହି ତାଙ୍କର ମତାମତ ବ୍ୟକ୍ତ କରିଥିଲେ । ପରିଶେଷରେ ସମ୍ପାଦକ ଶାନ୍ତନୁ କୁମାର ଭୋଇ ଉପସ୍ଥିତ ସଭ୍ୟ ସଭ୍ୟାମାନଙ୍କୁ ଧନ୍ୟବାଦ ଜ୍ଞାପନ ସହିତ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.