csstore

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦ୍‌ଘାଟିତ, ସେମି ଫାଇନାଲରେ ଅନୁଗୁଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲିଠାରେ ରାଜ୍ୟସ୍ତରୀୟ ଦଶମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍‌ ଚତୁର୍ଥ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ଅନୁଗୁଳ ଦଳ ଭୁବନେଶ୍ୱର (କମାଣ୍ଡୋ) ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ସମ୍ବଲପୁର ଦଳ ଭୁବନେଶ୍ୱର (ସାଇ ୱାରିଅର୍) ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲର ମ୍ୟାଚ୍‌ରେ ଅନୁଗୁଳ ଦଳ ସମ୍ବଲପୁର ଦଳକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍‌ ଶେଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ସୂପୁତ୍ରୀ ତଥା ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ଟ୍ରଷ୍ଟି ସୁଶ୍ରୀ ଦୀପାଲି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୁଳ ଦଳର ବୁଲୁଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ରର ଡାଇରେକ୍ଟର ବିଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆଜିର ମ୍ୟାଚ୍‌ରେ ଆନନ୍ଦ, ରିଙ୍କୁ, ବୁଦ୍ଧଦେବ ପ୍ରମୁଖ ଧାରା ବିବରଣୀ କରିଥିବା ବେଳେ ସନମ, ଉମେଶ, ହୋନୁ ମ୍ୟାଚ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ବିକାଶ, ସୁଜିତ୍, ଆକାଶ, ପପୁ, ଦୟା, ନିଲ, ଆକାଶ, ପଦ୍ମ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.