ରତ୍ନାକର ବାଗ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦ୍‌ଘାଟନୀ ମ୍ୟାଚ୍‌ରେ ତେତେଲପଡାକୁ ହରାଇ ଚାରପାଣି ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ ପକ୍ଷରୁ ରତ୍ନାକର ବାଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହ ସମ୍ପାଦକ ହୁଲେଶ୍ୱର ହଂସ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ତେତେଲପଡା ଓ ଚାରପାଣି ଦଳ ମଧ୍ୟରେ ଖେଳ ହୋଇଥିଲା । ଚାରପାଣି ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୧୦ ଓଭରରେ ୪ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତେତେଲପଡା ବ୍ୟାଟିଂ କରି ୯ ଓଭରରେ ସମସ୍ତ ଉଇକେଟ ହରାଇ ୭୬ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଆଶିଷ ବେହେରା ଓ ଦୁର୍ମନ ହଂସ ଖେଳ ପରିଚାଳନା କରିଥିଲେ । ମିଳନ ବାଗ ଓ ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ପୃଥ୍ୱୀରାଜ ବାଗ, ସୁମିତ ଜାଲ, ଓମ୍‌କାର ବାଗ, ରୋଶନ ବିଶି, ଯସପାଳ ହଂସ, ଅଭିଷେକ ହଂସ, ଦେବାଶିଷ ବିଶି, ନିଲେଶ ହଂସ, ରିକି ବାଗ, ଜିତେନ ହଂସ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆସନ୍ତା ୧୫ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.