csstore

ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ : ନିର୍ଦ୍ଦେଶକ ପ୍ରବୀର ଗୁହାଙ୍କ ସହିତ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ ତୃତୀୟ ଦିବସରେ ପହଂଚିଥିବା ବେଳେ ଆଜି ପୂର୍ବାହ୍ନରେ ନିର୍ଦ୍ଦେଶକ ପ୍ରବୀର ଗୁହାଙ୍କ ସହିତ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଫେସର ମଧୁସୂଦନ ପତି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ରମେଶ ପୁରୋହିତ, ସନାତନ ଠାକୁର, ବିଜୟ ମହାପାତ୍ର, ଜମାଲ୍‌ ଖାନ୍‌, ଚିତ୍ତରଂଜନ ମିଶ୍ର, ଆର୍ତ୍ତତ୍ରାଣ ପାଢ଼ୀଙ୍କ ସହ ବହୁ ଯୁବ କଳାକାରମାନେ ନିର୍ଦ୍ଦେଶକ ପ୍ରବୀର ଗୁହାଙ୍କ ସହିତ ନାଟକ ସଂବନ୍ଧୀୟ ଅନ୍ତରଙ୍ଗ କଥାବାର୍ତ୍ତା କରିଛନ୍ତି । ମଂଚ ନାଟକର ବିଭିନ୍ନ ଦିଗ ତଥା ବର୍ତ୍ତମାନ ସମୟରେ ମଂଚ ନାଟକର ସ୍ଥିତି ସଂପର୍କରେ ପ୍ରାଂଜଳ ଭାବେ ନିର୍ଦ୍ଦେଶକ ପ୍ରବୀର ଗୁହା ଆଲୋଚନା କରିଥିବା ବେଳେ ଯୁବ କଳାକାରମାନେ ନାଟକ ଉପରେ ସେମାନଙ୍କ ମନରେ ରହିଥିବା ଅନେକ ପ୍ରଶ୍ନ କରି ଶ୍ରୀ ଗୁହାଙ୍କ ଠାରୁ ଉଚିତ ଉତ୍ତର ପାଇଛନ୍ତି ।

jayashree
Leave A Reply

Your email address will not be published.