ମାନସିକ ଅନଗ୍ରସର ଅସହାୟ ଆଶ୍ରମ ‘ସ୍ୱଧାର’ର ସମସ୍ତ ଅନ୍ତେବାସୀଙ୍କୁ ଭତ୍ତା ଯୋଗାଇଦେଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଅନଗ୍ରସର ଅସହାୟ ଆଶ୍ରମ ‘ସ୍ୱଧାର’ର ସମସ୍ତ ଅନ୍ତେବାସୀଙ୍କୁ ଭତ୍ତା ଯୋଗାଇଦେଲେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସାଲେପାଲି ସ୍ୱଧାର ଆଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ବଲାଙ୍ଗିର ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଓ ସ୍ଥାନୀୟ କାଉନସିଲର ଗଙ୍ଗାଧର ଚାନ୍ଦଙ୍କ ସମେତ ପୌରାଧ୍ୟକ୍ଷା ଲିକା ସାହୁ ଓ ପୌର ପରିଷଦ ଅଧିକାରୀମାନେ ଆଶ୍ରମକୁ ଯାଇ ଅନ୍ତେବାସୀଙ୍କ ପାଖରେ ପହଞ୍ଚି ଭତ୍ତା ବଣ୍ଟନ କରି ଏକ ମାନବିକତାର ପରିଚୟ ଦେଇଛନ୍ତି ।

Leave A Reply

Your email address will not be published.