csstore

ତହଁକ୍‌ କୁଟୁମ୍‌ର ବଛର୍‌କିଆ ଉଛବ୍‌ ଆର୍‌ ପୁଷ୍‌ପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍‌ କୁଟୁମ୍‌ର ବଛର୍‌କିଆ ଉଛବ୍‌ ଆର୍‌ ପୁଷ୍‌ପୁନି ଭେଟ୍‌ଘାଟ୍‌ ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ତହଁକ କୁଟୁମ୍‌ର ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁଙ୍କ ଆହ୍ୱାନ କ୍ରମେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଭାବେ ଅନିରୁଦ୍ଧ କୁରୁକୁରିଆ, ସମ୍ମାନିତ ଅତିଥି ଭାବେ ଆନନ୍ଦ ଚନ୍ଦ୍ର ସାହୁ, ରାମଦତ୍ତ ଭୋଇ ଓ ସନ୍ଦୀପ କୁମାର କୁଅଁର ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ସରୋଜ କୁମାର ଭୋଇ ଭଜନ ପରିବେଷଣ କରିଥିବା ବେଳେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଶୋଭାଙ୍ଗୀ ସୁକନ୍ୟା ତ୍ରିପାଠୀ । ତହଁକ କୁଟୁମ୍‌ର ସମ୍ପାଦକ ରାଜେଶ ଦଣ୍ଡସେନା ମଧ୍ୟ ମଞ୍ଚାସୀନ ଥିବା ବେଳେ ଅଧ୍ୟକ୍ଷତା କରିଥିଲେ ଗୋପୀନାଥ ଦଣ୍ଡସେନା । କୋଶଲୀ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଅଣ୍ଟା ଭିଡିଥିବା ତହଁକ୍‌ କୁଟୁମ୍‌ କୋଶଲୀ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସାଧକମାନଙ୍କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବର୍ଦ୍ଧିତ କରିଛି । ଏହି କ୍ରମରେ କୋଶଲୀ ସଂସ୍କୃତି ଗବେଷକ ତଥା ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ସହ ଚିତ୍ରକର ଅର୍ଣ୍ଣବ ସାହୁ, ୟୁଟ୍ୟୁବର୍‌ ସୁଷମା ବେହେରା, କୋଶଲୀ ସଂଗଠକ ସୁର୍‌ଜିତ୍‌ ସିଂ ମହାରଥା, ଦଣ୍ଡ ନାୟିକା ରିଙ୍କି ବାଗ୍‌, ସାହିତ୍ୟ ସାଧକ ଅଖୋଜ କୁମାର ଷାଣ୍ଢ ଓ ସଙ୍ଗୀତଜ୍ଞ ଅଜୟ ଅମର ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ନୂଆଁ ସକାଲ୍‌ ଓ ବିଜୟା କୋଶଲୀ ପତ୍ରିକା ଉନ୍ମୋଚିତ ହୋଇଥିଲା । ପ୍ରଥମ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଉମେଶ ବିଶ୍ୱାଳ । ବନ୍ଧୁମିଳନ ତଥା ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଅଧିବେଶନରେ ଆରମ୍ଭ ହୋଇଥିଲା କବିତା ପାଠୋତ୍ସବ ମଞ୍ଚାସୀନ ଥିଲେ କପିଳେଶ୍ୱର ଖମରୀ, ଅଶୋକ ସାହୁ ଏବଂ ବଂଶୀଧର ନାଏକ । ସଂଯୋଜନା କରିଥିଲେ କବିତା ମିଶ୍ର, ସୂଜାତା ନାଏକ, ସପ୍ନେଶ୍ୱର ମିଶ୍ର ଓ ରୀନା ସାହୁ । ଶତାଧିକ କବି ଏଠାରେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବ ଆୟୋଜନରେ ଶ୍ରୀୟାକାନ୍ତ ଦାସ୍‌, ଦିଲ୍ଲୀପ ମିଶ୍ର, ତପସ୍ୱିନୀ ପଶାୟତ, ଅକୃର ବାଗ, ଦୁର୍ବାଦଳ କ୍ଷେତୀ, ସୌକିଲାଲ ସାହୁ, ଆହ୍ଲାଦିନୀ ପାଣିଗ୍ରାହୀ ଦାସ, ରାଜୀବ ପ୍ରସାଦ ଭୋଇ, ଶତୃଘ୍ନ ସେଲମା, ରୁକ୍ମଣ ବିଶ୍ୱାଳ, ଆଶୁତୋଷ ଠାକୁର, ପ୍ରଭାସିନୀ ଭୋଇ, ସଂକର୍ଷଣ ସାହୁ, ବିବୋନନ୍ଦ ଧରୁଆ, ଦୁଃଖୀଶ୍ୟାମ ଦୀକ୍ଷିତ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.