କୋଦଳାରେ ମହିଳା ମେଳିଙ୍କ ଭୋଟ ବର୍ଜ୍ଜନ ଚେତାବନୀ

  • ଆଗାମୀ ସାଧାରଣ ନିର୍ବାଚନରେ ହରପ୍ରସାଦ ସାହୁଙ୍କୁ ବିଜେଡ଼ି ଟିକଟ ଦିଅ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଜେଡ଼ି ଦଳରେ ବଡ଼ଧରଣର ଫାଟ ସୃଷ୍ଟି ହୋଇଛି । ଦଳରେ ମତଭେଦ ଓ ଗୋଷ୍ଠୀକନ୍ଦଳ ସୃଷ୍ଟି ହୋଇଥିବା ଜଣାଯାଇଛି । ଫଳରେ ଏବେଠାରୁ କାହାକୁ ଟିକଟ ଦିଆଯିବ, ସେ ସମ୍ପର୍କରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ସ୍ଥିତ ମଠ ଗରଡ଼ିଆର ମହିଳା ନେତ୍ରୀ ବନବାସୀ ପରିଡ଼ା ଗଣମାଧ୍ୟମ ଆଗରେ ଦାମ୍ବିକାତା ପ୍ରଦର୍ଶନ କରିଛନ୍ତି । ମହିଳା ମେଳି କରି ସେ କହିଛନ୍ତି ଯେ, ଗତ ୧୪ବର୍ଷ ହେଲା ଆମ ଅଞ୍ଚଳର ଗରୀବ ଲୋକଙ୍କର ଦୁଃଖ କେହି ବୁଝୁ ନାହାଁନ୍ତି । ଏଠାକାର ନେତା, ନେତ୍ରୀ ଓ ନେତ୍ତୃତ୍ୱ ନେଇଥିବା ଲୋକ ଆମକଥା କିଛି ବୁଝୁନାହାଁନ୍ତି । ଆଗାମୀ ସାଧାରଣ ନିର୍ବାଚନ ୨୦୨୩ ଅବା ୨୦୨୪ ବେଳକୁ ଆମର ନେତା ହର ପ୍ରସାଦ ସାହୁ କିମ୍ବା ତାଙ୍କ ସହଧର୍ମିଣୀ ସୁନୀତା ମେଡମଙ୍କୁ ନବୀନ ବାବୁ ଟିକଟ ଦିଅନ୍ତୁ । ନଚେତ ଆମ୍ଭେ ସବୁ ମହିଳା ଗୋଷ୍ଠୀ ଏକତ୍ରହୋଇ ଭୁବନେଶ୍ୱର ଯିବୁ ଆନ୍ଦୋଳନ କରିବୁ । ଏପରିକି ଭୋଟ ବର୍ଜ୍ଜନ କରିବୁ ବୋଲି ମହିଳା ମେଳି କରି ଶ୍ରୀମତୀ ବନବାସୀ ପରିଡ଼ା ଦୃଢ଼ ଦାବୀ କରିଛନ୍ତି । ଯାହା ଫଳରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଉପରେ ଏହି ମନ୍ତବ୍ୟ ଏବଂ ମହିଳା ମେଳି ଲାଗି ଏକ ଶକ୍ତ ଧକ୍କା ଲାଗିଛି ବୋଲି ଜଣାଯାଏ ।

Leave A Reply

Your email address will not be published.