centurian jitm

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଉଦ୍‌ଘାଟିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ବିଶ୍ୱ କପ ୨୦୨୩କୁ ସ୍ମରଣୀୟ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା କ୍ରୀଡା ପତାକା ଉତ୍ତୋଳୟ କରି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ଓ ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ କ୍ରୀଡା ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଅଧ୍ୟକ୍ଷ ଜବାହର ନବୋଦୟ ବିଦ୍ୟାଳୟ, ବେଲପଡା ଓମନି କଣ୍ଡନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ବିଜ୍ଞାନ ନିରୀକ୍ଷକ ସରୋଜ ମିଶ୍ର, ପୂର୍ବତନ ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ନାୟକ ଶିକ୍ଷୟତ୍ରୀ ଆର୍ୟବାଲା ମିଶ୍ର ମଞ୍ଚାସନ ଥିଲେ । ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ କ୍ରୀଡା ମହୋତ୍ସବର ବିବରଣୀ ପ୍ରଦାନ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ କସ୍ତୁରୀ ରଥ ମଞ୍ଚ ପରିଚାଳନ କରିଥିବା ବେଳେ ଶିକ୍ଷକ ହେମନ୍ତ ପ୍ରଧାନ ଧନ୍ୟବାଦ ପ୍ରଧାନ କରିଥିଲେ । ଆସନ୍ତା ୨୩/୦୧/୨୦୨୩ ପର୍ଯ୍ୟନ୍ତ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକାମାଙ୍କର ୧୨ଟି ବିଭିନ୍ନ ବିଭାଗର ଖେଳ ଅନୁଷ୍ଠିତ ହେବ । ଆଜିର ଫୁଟବଲ ଖେଳରେ ମୋଟ ୯ଟି ମ୍ୟାଚ ହୋଇଥିଲା, ଏଥିରେ ଖପ୍ରାଖୋଲ, ସଇଁନ୍ତଲା, ପୁଇଁନ୍ତଲା ଓ ବଲାଙ୍ଗିର ବ୍ଲକ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ । ସେହିପରି କ୍ରିକେଟ ଖେଳରେ ମୋଟ ୩ଟି ମ୍ୟାଚ ହୋଇଥିଲା ଏଥିରେ ଟିଟିଲାଗଡ ଓ ପାଟଣାଗଡ ବ୍ଲକ ବିଜୟୀ ହୋଇଥିଲେ । ଆଜିର ଫୁଟବଲ ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ମୋହନ ପ୍ରଧାନୀ, ଉପେନ୍ଦ୍ର ଚନ୍ଦନ, ଆଶିଷଦେବ ସାହା, ସୁଦର୍ଶନ ସେଠ, ସୁଶାନ୍ତ କୁମାର ନାଗ, ଜ୍ୟୋତି ରଞ୍ଜନ ମହାନନ୍ଦ, ସସ୍ମିତାରାଣୀ ମିଶ୍ର, ରାଜେନ୍ଦ୍ର ଧରୁଆ ପରିଚାଳନା କରିଥିଲେ । ନରସିଂହ ସ୍ୱାମୀ ମାଇଡୁ ଓ ବୈକୁଣ୍ଠ ଜେନା ମୁଖ୍ୟ ଖେଳ ପରିଚାଳନା ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.

error: Content is protected !!