‘ତାମ୍ପରା’ ଲେକ୍ ଗେଷ୍ଟ ହାଉସ ପରିସରରେ ଗଞ୍ଜାମ ଏସ୍‌ପିଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ଡ଼ିଆଇଜି ଭାବେ ପଦୋନ୍ନତି ହୋଇଛି ଏବଂ ସେ ଅନୁଗୁଳ ସ୍ଥାନକୁ ଡ଼ିଆଇଜି ଭାବେ ପଦୋନ୍ନତି ସ୍ୱରୂପ ତାଙ୍କର ବଦଳି ହୋଇଯାଇଛି । ଏ ଏନେଇ ଆନୁଷ୍ଠାନିକ ଭାବେ ଛତ୍ରପୁର ନିକଟସ୍ଥ ଟୁରିଜିମ୍ ସ୍ପଷ୍ଟ ‘ତାମ୍ପରା’ ଲେକ୍-ଭିୟୁ ଗେଷ୍ଟ ହାଉସ ପରିସରରେ ଶୁକ୍ରବାର ସାନ୍ଧ୍ୟ ରଜନୀରେ ଏକ ଭବ୍ୟ ଆଡ଼ମ୍ଭରପୂର୍ଣ୍ଣ ସାମାରୋହରେ ବରିଷ୍ଠ ଆଇପିଏସ ବ୍ରିଜେଶ କୁମାର ରାଏଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ରାଏଙ୍କ ଆଦର୍ଶ ଚିନ୍ତାଧାରା ଖୁବ୍‌ ଉନ୍ନତ ଓ ପରିଗଣିତ ଥିଲା, ସେ ସବୁରି କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ କାର୍ଯ୍ୟରେ ପରିଗଣିତ କରିବା, ଆଉ ସବୁବେଳେ କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ଓ ନିମ୍ନଜିତ ରହି ନିଜର ପରାକାଷ୍ଠା ପ୍ରତିପାଦନ କରିଆସିଥିଲେ ଏବଂ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରଆଧିକାରୀ ଓ ସସମ୍ମାନ କରି ଆସିଛନ୍ତି ବୋଲି ଏଠାରେ ଗଣନା କରାଯାଇଛି । ତାଙ୍କରି ଉଦ୍ୟମରେ ଆଜି ଗଞ୍ଜାମ ପୋଲିସ ଜିଲ୍ଲା ଭାରତବର୍ଷରେ ଗୌରବ ଓ ସୁନାମ ଅର୍ଜନ କରିବା ଭିତ୍ତିରେ ଭାରତରେ ଗାଙ୍ଗପୁର ଥାନା ଦ୍ୱିତୀୟ ସ୍ଥାନ ଏବଂ ଚଳିତବର୍ଷ ଆସ୍କା ଥାନା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ଏକ ଗୌରବମୟ ବୈଶିଷ୍ଟ୍ୟ ପ୍ରତିପାଦନ କରିଆସିଛି ।

ସବୁ କ୍ଷେତ୍ରରେ ନିମ୍ନ କର୍ମଚାରୀଙ୍କ ଠାରୁ ଉଚ୍ଚ ପଦବୀର ହେଉ ସମସ୍ତଙ୍କୁ ସମଭାବନା, ବଡ଼ଭାଇ ଓ ପିତା ତୁଲ୍ୟ ଭାବ ପ୍ରଦର୍ଶନ କରି ଆସିବା ଏକ ବିରଳ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଆସିଥିବା ମଣିଷ ଆଉ ମିଳିବା କ୍ଵଚିତ ବୋଲି ବହୁ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଗଞ୍ଜାମ ପୋଲିସ ପରିବାର ତାଙ୍କର ଭୂୟସୀ ପ୍ରଶଂସା ଏବଂ ତାଙ୍କ ଯଶସ୍ୱୀ ଗାନ କରି ଉପଢୌକନ, ପ୍ରଶଂସାପତ୍ର, ପୁଷ୍ପଗୁଚ୍ଛ ଦେଇ ଗଞ୍ଜାମ ପୋଲିସ ପରିବାରର ବହୁ ଅଧିକାରୀ, କର୍ମଚାରୀଙ୍କ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରାରମ୍ଭରେ ଛତ୍ରପୁର ଶ୍ରୀରାମନଗରସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଗୋଷ୍ଠୀ ସଙ୍ଗୀତ ପରିବେଷଣ ହୋଇଥିଲା । ବର୍ଣ୍ଣାଢ୍ୟ ସାନ୍ଧ୍ୟ ରଜନୀର ଏହି ବିଦାୟ ସାମାରୋହ ମଞ୍ଚରେ ଦାକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ମହାନଗର କମିଶନର ଜେ.ସୋନାଲ, ଗଞ୍ଜାମ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାସନ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ, ବିଭିନ୍ନ ବର୍ଗର ପୋଲିସ କର୍ମଚାରୀ ଯୋଗ ଦେଇଥିଲେ । ଏହି ଅବସରରେ ଏକ ନୈଶ୍ୟ ଭୋଜିର ଆୟୋଜନ ହୋଇଥିଲା । ଶହସ୍ରାଧିକ ଲୋକ ଏଥିରେ ସାମିଲ ହୋଇ ‘ତାମ୍ପରା’ ଲେକ୍-ଭିୟୁ ପାର୍କରେ ଖୁସି ମନାଇଥିଲେ । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସଡ଼ିପିଓ ଗୌତ୍ତମ କିଷାନ, କୋଷାଧିକାରୀ ଏ.ରାବଣା ରାଓ ପ୍ରମୁଖ ଏହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!