csstore

ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୮ ତାରିଖ ଦିନ ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସୁନ୍ଦରଗଡ ଶାଖା ତରଫରୁ ଏକ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ସଭା କୋଏଲନଗର ଏ ବ୍ଲକ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନୁଷ୍ଠାନର ସଭାପତି କନକଲତା ମିଶ୍ର ଏସଂପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଏହି ଆଲୋଚନାଚକ୍ରରେ ଓଡିଶା ତଥା ସୁନ୍ଦରଗଡ ଜିଲ୍ଲାର ସାମୁହିକ ବିକାଶ, ଓଡିଶା ଗଠନରେ ନାରୀ ଜାତିର ଭୂମିକା ଓ ଓଡିଆ ଭାଷା ଓ ଜାତିର ବିକାଶ ସଂପର୍କରେ ଆଲୋଚନା ହେବା ସଂଗେ ସଂଗେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ସୁଶାନ୍ତ କୁମାର ସାବତ, ସହ ସଂଯୋଜକ ଗୋପାଳ ଲେଙ୍କା, ନମିତାରାଣୀ ରାଉତ, ଗୋପୀନାଥ ପଟ୍ଟନାୟକ, ମୀନତି ଦେବତା, କୁଞ୍ଜବିହାରୀ ରାଉତ, ଡ. ପ୍ରଭାତ କୁମାର ମଲ୍ଲିକ, ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ରାଧାକୃଷ୍ଣ ମହାପାତ୍ର, ଆର୍ତ୍ତତ୍ରାଣ ମହାପାତ୍ର, ଶଶଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ । ନିରୁପମା ପତି ସଂଯୋଜନା ଓ ସାହିତ୍ୟିକା କନକଲତା ମିଶ୍ର ସଭାପତିତ୍ୱ କରିବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ରଙ୍କ ବ୍ୟତୀତ ବ୍ରଜେନ୍ଦ୍ର ଦାଶ, ଜଗନ୍ନାଥ ରାଉତ, ନିରୁପମା ପତି, ସୁଶାନ୍ତ କୁମାର ନାୟକ, ମିତା ପ୍ରଧାନ, ଜ୍ୟୋତିର୍ମୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀମତୀ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.