ଅଏଁଲାଚୁଆଁ ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଅଏଁଲାଚୁଆଁ ଗାଁରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡା ପର୍ଦ୍ଦାଫାସ କରିଛି ସଦର ପୋଲିସ । ଏହି ଘଟଣାରେ ଆଉ ଜଣେ ଜଗୁଆଳି ସାନୁ ନାଗ ଏହି ଘଟଣା ଘଟାଇଥିବା ସ୍ୱିକାର କରିଛି । ପୋଲିସ ସାନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ରାତିରେ ଦୁଇଜଣ ଭୋଜିଭାତ ଖାଇବା ପରେ ନିଶା ପାନ କରିଥିଲେ । ତା’ପରେ ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ସାନୁ ନାଗ ହଠାତ୍‌ ରାଗି ଯାଇ ରାତୁକୁ ହାତୁଡିରେ ହତ୍ୟା କରି ଫେରାର୍‌ ମାରିଥିଲା । କିନ୍ତୁ ପୋଲିସ ଆଗରେ ମିଛ କହୁଥିଲା ରାତୁ । ପରେ ସବୁ ସତ ମାନିଥିଲା । ଏନେଇ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ ।

Leave A Reply

Your email address will not be published.