ହକି ବିଶ୍ୱକପ୍ ଜିତିଲେ ଟିମ୍‌ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ମିଳିବ ଏକ କୋଟି ଟଙ୍କା ଉପହାର : ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହକି ବିଶ୍ୱକପ୍ ଜିତିଲେ ଟିମ୍‌ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ମିଳିବ ଏକ କୋଟି ଟଙ୍କା ଉପହାର ଏନେଇ ଗତକାଲି ରାଉରକେଲାରେ ହକି ଷ୍ଟାଡିୟମ୍ ଉଦ୍‌ଘାଟନ ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ୧୩ ତାରିଖରୁ ରାଜ୍ୟରେ ହକି ବିଶ୍ୱକପ୍ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ଗତକାଲି ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ସେ ସମସ୍ତ ଖେଳାଳିଙ୍କୁ ଆଗାମୀ ମୁକାବିଲା ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି । ଆଉ ଯଦି ଭାରତ ବିଶ୍ୱକପ୍ ଜିତିଲା ତେବେ ରାଜ୍ୟ ସରକାର ପ୍ରତି ଖେଳାଳିଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଉପହାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.