jayashree

ପମି ଡନସନା ଏବଂ ଅଶ୍ୱିନୀ ଦାଶଙ୍କ ପ୍ରୟାସରେ ଉଦ୍ଧାର ହେଲେ ଜଣେ ବୃଦ୍ଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବହେଳିତ, ଅପ୍ରୀତିକର, ଅସାମାଜିକ ପରିସ୍ଥିତିରେ ଜୀବନ କାଟୁଥିଲେ ମାନସିକ ବିକାରଗ୍ରସ୍ତ ବୃଦ୍ଧ ବ୍ୟକ୍ତି । ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ୍ ମୋନହାରପାଲିରେ । ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ହାଡ଼ଭଙ୍ଗା ଶୀତରେ ପଡ଼ି ରହିଥିଲେ । ସେ ନା ନିଜର ଦୁଃଖକୁ ଅନ୍ୟକୁ କହିପାରୁଥିଲେ ନା ଅନ୍ୟଲୋକେ ତାଙ୍କ ଏହି ଦୁର୍ଦ୍ଦଶାକୁ ବୁଝୁଥିଲେ । ବୃଦ୍ଧଙ୍କ କହିବା ଅନୁସାରେ ଜାରିଂ ଗ୍ରାମର ବୋଲି ସେ ନିଜର ପରିଚୟ ଦେଇଥିଲେ । ଏପରି ଏକ ଅକୁହା ପରିସ୍ଥିତିରେ ଜୀବନ ବିତାଉଥିବା ବୃଦ୍ଧର ଦୁଃଖକୁ ଦେଖି ଯୋଖିପାଲି ଗ୍ରାମର ସମାଜସେବୀ ପମି ଡନସନା ତାଙ୍କୁ ଉଦ୍ଧାର ପୂର୍ବକ ତାଙ୍କୁ ଖାଇବା ପିଇବା ଦେଇ ବିଜେପୁର ଆଇ. ଆଇ.ସି ସନୟ କୁମାର ନାୟକଙ୍କୁ ଯୋଗାଯୋଗ କରିଥିଲେ । ଏହାସହ ସେ ନିଜର ଖର୍ଚ୍ଚରେ ଏକ ଟେମ୍ପୁ ଭଡା କରି ବିଜେପୁର ସମଲାଇପରଦ ପାର୍ବତୀଗିରି ବୃଦ୍ଧାଶ୍ରମକୁ ନେଇ ଥଇଥାନ କରି ରଖିଥିଲେ । ଯୋଖିପାଲି ଗ୍ରାମର ସମାଜସେବୀ ତଥା ସାମ୍ବାଦିକ ଅଶ୍ୱିନୀ କୁମାର ଦାସଙ୍କ କହିବାନୁସାରେ ଏଭଳି ଅବସ୍ଥାରେ ବୃଦ୍ଧବୃଦ୍ଧା ନିରୀହ ମଣିଷଙ୍କୁ ସରକାର ଅନେକ ସୁବିଧା ଦେଇଛନ୍ତି ।

Leave A Reply

Your email address will not be published.