ଭୁବନେଶ୍ୱର, (କେପିଏନ୍ଏସ୍) : ସାରଳା ଦାସ ସ୍ମୃତି ସଂସଦ ପକ୍ଷରୁ ଓଡ଼ିଶା ଲେଖକ ସମବାୟ ସମିତି ପରିସରରେ ତଥ୍ୟ ଓ ତତ୍ତ୍ଵରେ ଶାମ୍ବ ଦଶମୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିରଜା ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ବକ୍ତା ଓ ଆଲୋଚକ ଭାବେ ସାରସ୍ଵତ ସଂଗଠକ ତଥା ସଂସ୍କୃତି ପ୍ରେମୀ ରମାକାନ୍ତ ମିଶ୍ର, ଇଂ ସୁବାସ ଚନ୍ଦ୍ର ସାହୁ ଓ ମିତାଞ୍ଜଳି ସାହୁ ପ୍ରମୁଖ ଯୋଗଦାନ କରି ଏହି ପବିତ୍ର ଦିନରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ଦେବଙ୍କୁ ଆରାଧନା କରି ଶାମ୍ବ କିପରି ସାପ ମୁକ୍ତ ହୋଇ କୁଷ୍ଠ ରୋଗରୁ ଆରୋଗ୍ୟ ହୋଇଥିଲେ ତାହା ସୁବିସ୍ତୃତ ଆଲୋଚନା କରିଥିଲେ । ସଭାପତି ତାଙ୍କ ବକ୍ତବ୍ୟରେ ଶାମ୍ବ ଦଶମୀର ମହତ୍ତ୍ଵ ଓ ସାରଳା ମହାଭାରତରେ ବର୍ଣ୍ଣିତ କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ପିଣ୍ଡ କିପରି ଦାରୁ ମୂର୍ତ୍ତି ଭାବରେ ଶ୍ରୀ ମନ୍ଦିରରେ ପୂଜା ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ । ଚଳିତ ବର୍ଷ ସଂସଦ ତରଫରୁ ପଞ୍ଜିକା ଯଥା ସମୟରେ ପ୍ରକାଶନ ଉପରେ ଆଲୋଚନା କରାଯାଇଥିଲା । ପ୍ରଦୀପ୍ତ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।