
ଡୁଡୁକା, (କେପିଏନ୍ଏସ୍) : ଆଗଲପୁର ପଞ୍ଚାୟତ ସମିତି ରୋତ କଲେଜର ନୂତନ ଅଧ୍ୟକ୍ଷ ଭାବେ ବରିଷ୍ଠ ଅଧ୍ୟାପକ ସନ୍ତୋଷ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ଅଧ୍ୟକ୍ଷ ଗଣେଶ ଦାସଙ୍କୁ ବରଗଡ ଜିଲ୍ଲା ସୋହେଲା କଲେଜକୁ ବଦଳି କରାଯାଇଛି । ସୋମବାର ଶ୍ରୀ ରଥଙ୍କୁ କଲେଜର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।