ଆଜି ବରଗଡ଼ରେ ପହଞ୍ଚିବ ହକି ବିଶ୍ୱକପ ଟ୍ରଫି, ରଙ୍ଗମହଲ ଦରବାରରେ ପ୍ରଦର୍ଶିତ ହେବ ଟ୍ରଫି

ମଥୁରାନଗରୀ : ଆଜି ହକି ବିଶ୍ୱକପ ଟ୍ରଫି ବରଗଡ଼ ପହଞ୍ଚିବ । ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକାଧିକ ବୈଠକ ଜରିଆରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣୀ ଦାଶଙ୍କଠାରୁ ଜଣାପଡ଼ିଛି । ବିଶ୍ୱକପକୁ ବରପାଲି ବିଡ଼ିଓଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ ସ୍ୱାଗତ କରିବା ପରେ ବରପାଲି ଏନ୍‌ଏସି, ବିଜେପୁର ହୋଇ ଅପରାହ୍ନ ୪.୩୦ରେ ବରଗଡ଼ ପହଂଚିବ । ବରଗଡ଼ରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଖେଳ ପ୍ରଶିକ୍ଷକମାନେ କପ୍‌କୁ ସ୍ୱାଗତ କରି ଶୋଭାଯାତ୍ରାରେ ରୋଟାରୀ ପବ୍ଲିକ ସ୍କୁଲକୁ ଆଣାଯିବ । ସେଠାରେ ଏହି ଉଦ୍ଦେଶ୍ୟରେ ଏକ ସଭା ଆୟୋଜନ କରାଯାଇଛି । ବରପାଲିର ସିକିର୍ଡ଼ି ଓ ବିଜେପୁର ଉଚ୍ଚ ବିଦ୍ୟାଳୟଠାରେ ଜନ ପ୍ରତିନିଧି, ଜନସାଧାରଣ, ଛାତ୍ରଛାତ୍ରୀ ଓ ଅଧିକାରୀ ହକି ଟ୍ରଫିକୁ ସ୍ୱାଗତ କରିବାକୁ ଥିବା ବେଳେ ଅପରାହ୍ନ ୪.୩୦ ସମୟରେ ରୋଟାରୀ ପବ୍ଲିକ ସ୍କୁଲଠାରେ ବରଗଡ଼ ସ୍କୁଲଛାତ୍ର, ଏନ୍‌ସିସି କ୍ୟାଡ଼େଟ, ନେହରୁ ଯୁବକେନ୍ଦ୍ର ସ୍ୱେଚ୍ଛାସେବୀ ସ୍ୱାଗତ କରିବେ । ଏଥିପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ, ମ୍ୟୁଜିକାଲ ନାଇଟ୍ସ ଆଦି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଅପରାହ୍ନ ୬ଟାରେ ରଙ୍ଗମହଲ ଦରବାରରେ ମହାରାଜା କଂସ ଏହାକୁ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରିବେ କୁହାଯାଇଛି ।

Leave A Reply

Your email address will not be published.