କଣ୍ଟାବାଞ୍ଜିରେ ଭାଗବତ ସପ୍ତାହ ପାରାୟଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ରାଧାମାଧବ ମନ୍ଦିରଠାରେ ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା । ମହନ୍ତ ବାବା ଅଦ୍ୱୈତ ପ୍ରସାଦ ଦାସଙ୍କ ପୌରାହିତ୍ୟରେ ଅଂଜନ ନାୟକ ଭାଗବତ ଗାନ କରିଥିଲେ । ମୁଖ୍ୟ ଯଜମାନ ଭାବେ କେଭି ଡିଗ୍ରୀ କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଓ ପତ୍ନୀ ସୁନିତା ମିଶ୍ର କାର୍ଯ୍ୟ ସଂପାଦନା କରିଥିଲେ । ରୁଦ୍ର ସାହୁ, ରମେଶ ପୂଜାରୀ, ଜଗଦାନନ୍ଦ ପାଣିଗ୍ରାହୀ, ଦେବେନ୍ଦ୍ର ପଣ୍ଡା, ଜୁନୁ ହୋତା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.