ଗାଁରୁ ବାସନ୍ଦ ଘଟଣା : ପରିବାର ଲୋକଙ୍କୁ ହତ୍ୟା ଧମକ, ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ମିର୍ଦ୍ଧାପାଲି ପ୍ରଭାକର ରାଉତଙ୍କ ପରିବାରକୁ ଗାଁରୁ ବାସନ୍ଦ ଘଟଣାରେ ବିବାଦ କମିବା ପରିବର୍ତ୍ତେ ବଢିଚାଲିଛି । ବାସନ୍ଦ ହେବା ପରେ ପ୍ରଭାକରଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଗାଁର ସରପଞ୍ଚ ପିଙ୍କୁ ପଟେଲ, ଅରୁଣ ଦଲାଇ, ରିତେଶ ବେହେରା, ନିରଂଜନ ନାଏକ, ଦୀପକ ଅଦାବରିଆ, ଭାଗବତିଆ ଅଦାବରିଆଙ୍କ ନାଁରେ ମାମଲା ରୁଜୁ କରିଥିଲା । ପୁଲିସ ଆପୋସ ବୁଝାମଣା କରି ଥାନାରୁ ନୋଟିସ ଦେଇ ଛାଡିଥିଲା । କିନ୍ତୁ ଏବେ ପ୍ରଭାକରଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଭାକରଙ୍କ ପତ୍ନୀ ପୁଷ୍ପାଞ୍ଜଳି ରାଉତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ କହିଛନ୍ତି, ଯେଉଁମାନଙ୍କର ନାଁରେ ପୁଲିସରେ ମାମଲା ରୁଜୁ ହୋଇଛି ସେମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଗାଁରୁ ତଡିବାକୁ ଶପଥ ନେଇଛନ୍ତି । ଏକଥା ଶୁଣିବା ପରେ ଭୟରେ ଏଣେ ତେଣେ ଲୁଚି ରହୁଥିବା ସେ ଜଣାଇଛନ୍ତି । କିନ୍ତୁ ମାରିବାକୁ ସେମାନେ ଖୋଜାଖୋଜି କରୁଥିବାରୁ ଗାଁକୁ ଯାଇପାରୁ ନଥବା ସେ ଲିଖିତ ଭାବେ ଜଣାଇଛନ୍ତି । ତାଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଦିଆଯାଉ ବୋଲି ସେ ଗୁହାରି କରିଛନ୍ତି ।

Leave A Reply

Your email address will not be published.