ପାଙ୍କେଲବାହାଲ ଷଷ୍ଠ ଧନୁଯାତ୍ରା ଉଦ୍‌ଘାଟିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ପାଙ୍କେଲବାହାଲ ଷଷ୍ଠ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ ଦେବକୀ ବସୁଦେବ ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ, କଂସ ସିଂହାସନ ଆରୋହଣ ଆଦି ଅଭିନୀତ ହୋଇଥିଲା । ଧନୁଯାତ୍ରା କମିଟି ଉପସଭାପତି ଦିଲିପ ବାଗ, ସଂପାଦକ ଆନନ୍ଦ ବାରିକ, ସହସମ୍ପାଦକ ଜୟକୃଷ୍ଣ ନାଏକ, କୋଷାଧ୍ୟକ୍ଷ ସୁବଲ ବାଗ, ସୂର୍ଯ୍ୟ ପସାୟତ, ସାମ୍ବାଦିକ ରାଧେଶ୍ୟାମ ହାତୀ ସମାଜସେବୀ ଶ୍ରୀପତି ବାଗ ମଞ୍ଚାସୀନ ଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.