ଛତ୍ରପୁରର ଜଣେ ବିଶିଷ୍ଟ ସୁନା ବ୍ୟବସାୟୀ ନରସିଂହ ଆଚାରୀଙ୍କ ଘର ତାଲା ପକାଇ ସିଜ୍‌ କଲା ବ୍ୟାଙ୍କ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ମେନ୍‌ ରୋଡ଼ରେ ଅବସ୍ଥାପିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଜଣେ ବିଶିଷ୍ଟ ସୁନା ବ୍ୟବସାୟୀ ଉକ୍ତ ବ୍ୟାଙ୍କରୁ ଋଣ ନେଇଥିଲେ । ଗ୍ୟାରେଣ୍ଟର ଥିବା ଋଣଗ୍ରାହୀତାଙ୍କ ପରିବାର ୬ ଜଣ ବ୍ୟକ୍ତିଙ୍କ ନାମରେ ଏକ ବଡ଼ଧରଣର ଋଣ ନେଇଥିବା ଜଣାଯାଇଛି ।

ଉକ୍ତ ସୁନା ବ୍ୟବସାୟୀ ସପରିବାର ଏହି ବ୍ୟାଙ୍କରୁ ଋଣ ନେଇଥିଲେ । ଋଣ ପରିଶୋଧ କରି ନ ପାରିବା ସହିତ ବ୍ୟାଙ୍କର କୌଣସି ନୋଟିସ୍‌ର ପ୍ରତିଉତ୍ତର ନ ଦେବା ଫଳରେ ଦୀର୍ଘ ଦିନର ଅବଧି ବଢ଼ି ଯାଇଥିଲା । ଗୁରୁବାର ଉକ୍ତ ଘର ମାଲିକ ସ୍ୱର୍ଗତ ନରସିଂହ ଆଚାରୀଙ୍କ ରେଳବାଇ-କୋର୍ଟ ଷ୍ଟେସନ ନିକଟସ୍ଥ କପିଳିସାହିର ଘରଟିକୁ ବ୍ୟାଙ୍କ ସିଲ୍‌ କରିଥିବା ଜଣାପଡିଛି । ସିଲ୍‌ କରିବା ସମୟରେ ଗଞ୍ଜାମ ପୋଲିସ ପ୍ରଶାସନର ସହଯୋଗ ନେଇ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ତ୍ତୃପକ୍ଷ ଘରର ସମସ୍ତ ଜିନିଷପତ୍ର ତନଖି କରି, ଘରେ ଥିବା ସମସ୍ତ ଆସବାବପତ୍ର ଭଙ୍ଗାଭଙ୍ଗୀ ଜିନିଷର ତାଲିକା କରିବା ପରେ ତାଲା ପକାଇ ଉକ୍ତ ତିନିମହଲା ଘରକୁ ବ୍ୟାଙ୍କ ସିଲ୍‌ କରିଛି ।

ସୂଚନାଯୋଗ୍ୟ ଯେ, ଘର ମାଲିକ ସ୍ୱର୍ଗତ ନରସିଂହ ଆଚାରୀଙ୍କ ନାମରେ ଗ୍ୟାରେଣ୍ଟର ଥାଇ ତାଙ୍କ ଅଧୀନରେ ତାଙ୍କ ପରିବାରର ମଳୟ ଆଚାରୀ, ଚନ୍ଦ୍ରଶେଖର ଆଚାରୀ, ରବିନ୍ଦ୍ର ଆଚାରୀ, ଭାସ୍କର ଆଚାରୀ, ହେମନ୍ତ କୁମାର ଆଚାରୀ, ହିତେଶ ଆଚାରୀ ପ୍ରମୁଖ ସହପରିବାର ସମେତ ୪୨ ଲକ୍ଷ ଟଙ୍କା ଋଣ ଗତ ୧୪/୨/୨୦୨୦ରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଋଣ ନେଇଥିଲେ । ମୂଳଧନ ୪୨ ଲକ୍ଷ ଟଙ୍କା ସହ ସୁଧ ମୂଳ ସହ ମିଶି ବର୍ତ୍ତମାନ ତାଙ୍କର ୬୫ ଲକ୍ଷ ଟଙ୍କା ହୋଇଥିବା ବେଳେ ସେମାନେ କୌଣସି ନୋଟିସର କାରଣ ଦର୍ଶାଇ ନାହାଁନ୍ତି, କି କୌଣସି ପ୍ରତି ଉତ୍ତର ନଦେବା କିମ୍ୱା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ନ କରିବା ହେତୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି ।

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଛତ୍ରପୁର ଶାଖାର ଶାଖା ପରିଚାଳକ ବାଳ କୃଷ୍ଣ ତ୍ରିପାଠୀ, ବ୍ରହ୍ମପୁର ରିଜିନାଲ ମ୍ୟାନେଜର ଅଜୟ ନାୟକ, ମୁଖ୍ୟ ଅପରେସନ ଅଧିକାରୀ ଦିପେନ ପଟ୍ଟନାୟକ, ଏନପିଏ ଫାଲୋଇଙ୍ଗ ଅଫିସର କେଶବ ପାଣିଗ୍ରାହୀ ଏବଂ ଯତୀନ ପଣ୍ଡା ପ୍ରମୁଖ ଏହି ସକ୍ରିୟ କାର୍ଯ୍ୟ ଦାୟିତ୍ୱରେ ଥିଲେ ।

Leave A Reply

Your email address will not be published.

11 − 2 =