pakka

ଭବାନୀପାଟଣାଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍‌ଯାପିତ

bbehera
  • ଫାଇନାଲ୍‌ରେ ଏସ୍‌ପି ଏକାଦଶ ବିଜୟୀ

କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରୀଡା ପଡ଼ିଆରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ତଥା ଉତ୍କଳ ଆଲୁମିନା ଟିକିରିର ପ୍ରଯୋଜନା ତଥା ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସରକାରୀ କର୍ମଚାରୀମାନଙ୍କୁ ଖେଳରେ ଯୋଗଦାନକୁ ପ୍ରଶଂସା କରି ନିଜର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ଓ ଟିମ୍ ମାନସିକତା ନେଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି ଫାଇନାଲ୍‌ ଟୁର୍ଣ୍ଣାମେଣ୍ଟରେ ଏସ୍‌ପି ଏକାଦଶ ବିଜୟୀ ଏବଂ ମ. ରାମପୁର ବ୍ଲକ ରନର୍ସ ଅଫ ହୋଇଥିଲା ଏବଂ ଦୁଇଟି ଦଳ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଦେନିଶ ବିଶି ମେନ୍ ଅଫ ଦି ମ୍ୟାଚ୍, ବେଷ୍ଟ ବେଟସ୍ ମ୍ୟାନ୍ ଲଳିତ ମାଝୀ, ମ୍ୟାନ୍ ଅଫ ଦି ସିରିଜ ଭାବେ ମୃତ୍ୟୁଞ୍ଜୟ ପଟେଲ ଟ୍ରଫି ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଡିଏସଓ ମହେଶ ପାଢ଼ୀ, ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଅଂଶୁମାନ ବାବୁ, ନେହେରୁ ଯୁବ କେନ୍ଦ୍ର ଅଧିକାରୀ ପ୍ରସନ୍ନ ମେହେର, ଡିଆଇପିଆର୍‌ଓ ମନୋଜ ବେହେରା, ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ, ଆମ୍ପାର ବିପ୍ଳବ ସିଂ ଓ ତେଜେଶ୍ୱର୍ ଆଚରି ସହଯୋଗ କରିଥିଲେ । ଧାରା ବିବରଣୀ ପ୍ରଚାର କରିଥିଲେ ଘୋଷକ ଶୁଭେନ୍ଦୁ ବିଶି ।

jay balangir
Leave A Reply

Your email address will not be published.

fourteen + 6 =

error: Content is protected !!