csstore

ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ତରଫରୁ ୫୦ ଜଣ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ନେଇ କୁଶମେଲ ଗ୍ରାମରେ ଶୀତ ଦିନିଆ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସପ୍ତାହ ବ୍ୟାପି ଗତ ୨୨ ଡିସେମ୍ବର ୨୦୨୨ ରୁ ୨୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ କୁଶମେଲ ଗ୍ରାମରେ ସ୍ୱଚ୍ଛତା, ନିଶା ନିବାରଣ, ନାରୀ ଶିକ୍ଷାର ବିକାଶ ପାଇଁ ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷ ଦିନରେ ସଚେତନ ବାର୍ତ୍ତାକୁ ଆଧାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲେ । ଗ୍ରାମ ମଝିରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ “ପଢ୍‌ଲେ ପାଠ ଦିଶବା ବାଟ୍‌” ନାଟକ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳତା ସକାଶେ ସରପଞ୍ଚ କୌସ୍ତୁଭ ସାହୁ, ସମିତି ସଭ୍ୟ ମହାଦେବ ପଧାନ, ପ୍ରଧାନ ଶିକ୍ଷକ ସୀତାରାମ ସାହୁ, ପୋଲିସ ଅଧିକାରୀ ପ୍ରହଲ୍ଲାଦ ପଧାନ ତଥା ଅଂଚଳର ଲମ୍ବୋଦର ସାହୁ, ପ୍ରେମାନନ୍ଦ ଦିଶ୍ରୀ, ଯୁଧିଷ୍ଠିର ପଧାନ, ଶିବାଶିଷ ମିଶ୍ର, ସୁରଜ ସିଂ ଦେଓ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଭୂମିକା ରହିଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ବେଶ ମନଛୁଆଁ ହେବା ସହିତ ଶିବିରଟି ଉଦ୍‌ଯାପିତ ହୋଇଥିଲା ।

jayashree
Leave A Reply

Your email address will not be published.