pakka

ବଙ୍ଗୋମୁଣ୍ଡାରେ ୧୬୬ତମ ଗୁରୁ ଘାସିଦାସ ବାବାଙ୍କ ଜୟନ୍ତୀ ସମାରୋହ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରି ଛକ ଠାରେ ବଙ୍ଗୋମୁଣ୍ଡା ସତନାମୀ ସମାଜ ପକ୍ଷରୁ ୧୬୬ତମ ପରମ ପୂଜ୍ୟ ସନ୍ଥ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ କାଣ୍ଡେତରାର ସତକେ ଅଂଜୋର ପନ୍ଥୀ ନୃତ୍ୟ, ବଙ୍ଗୋମୁଣ୍ଡା ଜୟ ସତନାମ ପନ୍ଥୀ ନୃତ୍ୟ, ପନ୍ଥୀ ନୃତ୍ୟ ଖଡ଼ିଆଳ ଓ ବାଦୀ, ସତକେ ଜ୍ୟୋତି ପନ୍ଥୀ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ବଙ୍ଗୋମୁଣ୍ଡା ଚାରି ଛକ, ପୁରୁଣା ବସ୍ତି, ଥାନା ଛକ, ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଦେଇ ସଭାସ୍ଥଳକୁ ପହଞ୍ଚି ଥିଲେ । ଏହି ଅବସରରେ ଆୟୋଜିତ ଜୟନ୍ତୀ ସମାରୋହରେ ବଙ୍ଗୋମୁଣ୍ଡା ସତନାମୀ ସେବା ସଂଘ ସଭାପତି ଧନେଶ୍ୱର ସତନାମୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟବକ୍ତା ଭାବେ ସତନାମୀ କଲ୍ୟାଣ ସମିତି ରାଜ୍ୟ ସଭାପତି ଜ୍ୟୋତିଲାଲ ବନଜାରେ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସତନାମୀ କଲ୍ୟାଣ ସମିତି ନୂଆପଡା ଜିଲ୍ଲା ସଭାପତି ଲଲଳୁ ଚେଲକ, ସତନାମୀ କଲ୍ୟାଣ ସମିତି ରାଜ୍ୟ ସମ୍ପାଦକ ମିନିକେତନ ଢ଼ିଣ୍ଡି, ରାଜ୍ୟ ଭଣ୍ଡାରୀ ହୀରାମନ ବଘେଲ, ବଲାଙ୍ଗିର ସତନାମୀ ସେବା ସଂଘ କୁଳପତି ଧରମସାଗର ସତନାମୀ, ସମାଜସେବୀ ଆନନ୍ଦ ଅଗ୍ରୱାଲ, ମନୋଜ ଭରାସଗରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ହରିରାମ ସତନାମୀ ମଞ୍ଚ ପରିଚାଳନା କରିଥିଲେ । ରାଜ୍ୟ ମହିଳା ସଙ୍ଗଠିକା ମାନସୀ ସତନାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସତନାମୀ ସେବା ସଂଘର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

1 + twenty =